ଜଣେ ଶିକ୍ଷକ ଓ ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷାଦାନ; ଅନ୍ଧାରରେ ୫୬ ଜଣ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ରାଜ୍ଯ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏପରି ଅନେକ ସ୍କୁଲ ଅଛି ଯେଉଁଠାରେ ଶିକ୍ଷକ ଓ ସ୍କୁଲ ଗୃହ ଅଭାବରୁ ଶିକ୍ଷା ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏପରି ଏକ ଚିତ୍ର ଆସି ପହଞ୍ଚିଛି କୋକସରା ବ୍ଲକରୁ। କୋକସରା ଗୋଷ୍ଠୀଶିକ୍ଷା ଅଧୀନରେ ଥିବା  ଗତାବନ୍ଦ ପ୍ରାଥମିକ ବିଦ୍ୟାଳୟରେ ୫୬ ଜଣ ଛାତ୍ର ଛାତ୍ରୀ ଥିବା ବେଲେ ଜଣେ ମାତ୍ର ଶିକ୍ଷକ ଓ ଗୋଟିଏ ଶ୍ରେଣୀ କୋଠରୀ ରହିଛି। ଯାହାକି ଶିକ୍ଷାଦାନ କରିବା ଓ ଛାତ୍ର ଛାତ୍ରୀଙ୍କ ଶୃଙ୍ଖଳାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ନେଇ ଗ୍ରାମବାସୀ ଓ ଅଭିଭାବକମାନେ ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ କୌଣସି ସୁଫଳ ମିଳି ପାରିନାହିଁ। ଆବଶ୍ୟକୀୟ ଶିକ୍ଷା ସେବାରୁ ଛାତ୍ର ଛାତ୍ରୀ ବଞ୍ଚିତହେଉଥିବାରୁ ଗ୍ରାମବାସୀମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଏ ନେଇ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ରଶ୍ମିତା ନେତାମଙ୍କୁ ପଚାରିବାରୁ ଶିକ୍ଷକ ଅଭାବ ବିଷୟକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.