ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ହେଲେ ଗୌରୀ ଶଙ୍କର ଏବଂ ଧବଳେଶ୍ୱର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ନୂତନ ପଦାଧିକାରୀ ତାଲିକାରେ ଉପସଭାପତି ଭାବେ ରାୟଗଡା ଜିଲ୍ଲାର ବରିଷ୍ଠ ନେତା ପି.ଗୌରୀ ଶଙ୍କର ରାଓ ଏବଂ ଆଇ.ଧବଳେଶ୍ୱର ନାଇଡ଼ୁ ସ୍ଥାନ ପାଇଛନ୍ତି | ସବୁବେଳେ ଏହି ଦୁଇ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସଫଳ ଉଦ୍ୟମ କରିଆସୁଛନ୍ତି | ବିଜୁ ଜନତା ଦଳ ସଂଗଠନ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଉଭୟ ସବୁବେଳେ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଆସୁଥିବା ସହ ଗରିବ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି | ଏପରି ଦୁଇ ବରିଷ୍ଠ ନେତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ବିଜେଡି କମିଟିରେ ସାମିଲ କରିଥିବାରୁ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ସଭାପତି ସୁଧୀର ଦାସ ମହୋଦୟକୁ ଧନ୍ୟବାଦ ଜଣାଇଛନ୍ତି | ଆଗାମୀ ଦିନରେ ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟଗୁଡିକ ଯେଭଳି ସମସ୍ତଙ୍କ ଘରେ ଘରେ ପହଞ୍ଚି ପାରିବ ସେଥିପ୍ରତି ଅନବରତ ଚେଷ୍ଟା ରହିବ ବୋଲି ଉଭୟ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.