ଇସ୍ରୋର ବୈଜ୍ଞାନିକଙ୍କୁ ଠିକ୍ ସମୟରେ ଦରମା ସହିତ ପେନସନ ମିଳୁଛି: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ଇସ୍ରୋର ବୈଜ୍ଞାନିକମାନେ ନିଜେ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କୁ କେବଳ ଦରମା ନିୟମିତ ମିଳୁନାହିଁ ବରଂ ଠିକ ସମୟରେ ପେନସନ ମଧ୍ୟ ମିଳୁଛି। ବୁଧବାର ଦିନ ରିଜିଜୁ କହିଛନ୍ତି, ଇସ୍ରୋର ସମସ୍ତ ବୈଜ୍ଞାନିକ ବାରମ୍ବାର କହିଛନ୍ତି ଯେ ସେମାନଙ୍କୁ ନିୟମିତ ପେନସନ ମିଳୁଛି, ଦରମା କଥା ଛାଡ଼ନ୍ତୁ..। କଂଗ୍ରେସ ଓ ଟିଏମସି କହିଥିଲେ ଯେ, ଇସ୍ରୋର ବୈଜ୍ଞାନିକମାନଙ୍କୁ ଦରମା ମିଳୁନାହିଁ। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ସଂସଦରେ ଏପରି ଏକ ସଫେଇ ରଖିଛନ୍ତି। ଚନ୍ଦ୍ରଯାନ-୩ ପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସହଯୋଗ ଦେଇଛନ୍ତି ତାହା ଅତୁଳନୀୟ।  କଂଗ୍ରେସର ଜଣେ ନେତା ଏଭଳି କହିଥିଲେ ଏବଂ ଆଜି ଟିଏମସିର ଜଣେ ନେତା କହିଛନ୍ତି ଯେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଦରମା ମିଳୁନାହିଁ। ଏମିତି କେମିତି ଭାବିପାରୁଛନ୍ତି ବୋଲି ରିଜିଜୁ କହିଛନ୍ତି। ସଂସଦକୁ ବିଭ୍ରାନ୍ତ କରିଥିବାରୁ କିରଣ ରିଜିଜୁ କଂଗ୍ରେସ ଓ ଟିଏମସିକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ସଂସଦରେ ମିଛ କହିବା ଓ ବିଭ୍ରାନ୍ତ କରିବା ଠିକ୍ ନୁହେଁ। ସଂସଦରେ ମିଛ କହିବାର ଏକ ସୀମା ରହିବା ଦରକାର। ଦେଶକୁ ବିଭ୍ରାନ୍ତ କରୁଛନ୍ତି।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅତ୍ୟନ୍ତ ଦୁଃଖର ବିଷୟ ଯେ କଂଗ୍ରେସ ଦଳ ଏବଂ ଟିଏମସି ଇସ୍ରୋକୁ ନେଇ ମିଥ୍ୟା ପ୍ରଚାର ଜାରି ରଖିଛନ୍ତି।ଚନ୍ଦ୍ରଯାନ-୩ର ସଫଳତାର ଶ୍ରେୟ ବିଜେପି ସରକାର ନେଉଥିବା ନେଇ ପୂର୍ବରୁ କଂଗ୍ରେସ ଦଳ ସମାଲୋଚନା କରିଥିଲା। ଏହା ପୂର୍ବରୁ ଟିଏମସି ସାଂସଦ କାକୋଲି ଘୋଷ ଅଭିଯୋଗ କରିଥିଲେ ଯେ, ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ଠିକ୍ ସମୟରେ ଦରମା ମିଳୁନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.