ଗଜାନନ ଯୁବକ ସଂଘର ପ୍ରଥମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତ ସ୍ଥିତ ଭୋଇରମୁଣ୍ଡା ଗଜାନନ ଯୁବକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ଗଣେଶ ପୂଜା  ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି, ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଡ଼ଃ ନୃପରାଜ ସାହୁ ମୁଖ୍ୟବକ୍ତା, ରେଗେଡ଼ା ସରପଞ୍ଚ ଦିପ୍ତିରାଣୀ ସାହୁ, ଜିଲ୍ଲା ପରିଷଦ ଖ ଯୋନ ସୁରେଶ ଚୋଧୁରୀ, ଗଜାନନ ଯୁବକ ସଂଘ ସଭାପତି ଗିରିଧାରୀ ସାହୁ, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ଦେବେନ୍ଦ୍ର କୁମାର, ସଂପାଦକ ଅଶୋକ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବକ ସଂଘ ଟିଏ ଗଢ଼ିବା ଏକ ମାଧ୍ୟମ ଯାହାକି ଏକତ୍ରିତ ହୋଇ କାର୍ଯ୍ୟ କଲେ ଗାଁର ଉନ୍ନତି ସହ ଅଞ୍ଚଳର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କର୍ଲାମୁଣ୍ଡା ଅଞ୍ଚଳରେ ବିଭିନ୍ନ କୃତି ହାସଲ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କ୍ରମରେ ନିଷ୍ଠାପର ସାମ୍ବାଦିକତା କ୍ଷେତ୍ରରେ ନବୀନ କିଶୋର ସାହୁଙ୍କୁ ନିଷ୍ଠାବାନ ସାମ୍ବାଦିକ ସମ୍ମାନ, କର୍ତ୍ତବ୍ୟଵାନ ପୋଲିସ କର୍ମଚାରୀ ସମ୍ମାନ ସଚିନ୍ଦ୍ର କୁମାର ପ୍ରଧାନ, କୃଷି କ୍ଷେତ୍ରରେ କର୍ଲାମୁଣ୍ଡା ଵ୍ଲକର ସଫଳ ଚାଷୀ ସମ୍ମାନ ତରୁଣୀ ସାହୁ, ସମାଜସେବା କ୍ଷେତ୍ରରେ ସାମର୍ଥ୍ୟ ସମାଜସେବୀ ସମ୍ମାନ ସରୋଜ ସାହୁ, କର୍ଲାମୁଣ୍ଡା ବ୍ଲକ ଯୁକ୍ତ ଦୁଇ ୨୦୨୩ ରେ କୃତି ଅର୍ଜନ କରିଥିବା ସର୍ବାଧିକ ମାର୍କ ରଖିଥିବା ଶିକ୍ଷା ସମ୍ମାନ ଲମ୍ବୋଦର ଦଣ୍ଡସେନା ପୌରକେଲା ଓ ସିବିଏସ ଇ ର ୨୦୨୩ ବର୍ଷରେ ସର୍ବାଧିକ ମାର୍କ ରଖିଥିବା ରେଗେଡ଼ା ପଞ୍ଚାୟତର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପୁଷ୍ପଲତା କମ୍ଫ ଶିକ୍ଷା ସମ୍ମାନ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ସଂପାଦକ ଅଶୋକ ସାହୁ ମାନପତ୍ର ପଠନ କରିଥିବା ବେଳେ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ସଭାପତି ଦେବେନ୍ଦ୍ର କୁମାର ମଞ୍ଚ ପରିଚାଳନା କରିଥିଲେ। ଯୁଗ୍ମ ସମ୍ପାଦକ ଜଳନ୍ଧର ସାହୁ ଅତିଥି ପରିଚୟ ଦେଇ ଥିବା ବେଳେ ଗଜାନନ ଯୁବକ ସଂଘ ସଭାପତି ଗିରିଧାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଜାନନ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.