ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅଳାତରା ପଞ୍ଚାୟତ କବିଚନ୍ଦ୍ର ପୁର ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ତେଜରାଜ ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାଜସେବୀ ରାଜେଶ ଧଙ୍ଗଡାମାଝୀ, ଵନପାଳ ସିଂ ସମ୍ମାନିତ ଅତିଥି, ଗଙ୍ଗାଧର ରଣା, ଜତିନ୍ଦ୍ର ସାହୁ, ବିଶାମ୍ଵର ଵାରିକ ପ୍ରମୁଖ ମଞ୍ଚାସିନ ହୋଇ ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ଏକ ଭାଇଚାରାର ପର୍ବ ସମସ୍ତେ ମିଳିମିଶି ନୂଆଁ ଖାଇପର୍ଵ ପାଳନ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ। ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ବାଳକ ବାଳିକା ମାନଙ୍କ ପାଇଁ ପୁଚି, ହାଣ୍ଡି ଫଟା, ଝୁଟି, ହୁଳହୁଳି, ନାଚରେ କୃତିତ୍ୱ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଗଣେଶ ପୂଜା କମିଟିର ବିକାଶ ରଣା, ଡୋଳାମଣି ଵିଶି, ଭୀଷ୍ମ ଚରଣ ଵିଶି,ରାଜୁପାତ୍ର, ସୁଜିତ ରଣା, ସରୋଜ ପାତ୍ର, ଶିଵୁ ରଣା, ମିଳନ ଵିଶି, ପପୁ ରଣା, ଦିଲିପ ରଣା ପ୍ରମୁଖ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା ରାଜେଶ ପାତ୍ର କରିଥିଲେ।