ରେଖାପଦର ଉଚ୍ଚ ବିଦ୍ୟାଳୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ ରେଖାପଦର ପଞ୍ଚାୟତ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ନିଆରା କାର୍ଯ୍ୟକ୍ରମ “ମୋ ମାଟି ମୋ ଦେଶ” ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଖାପଦର କ୍ଲଷ୍ଟର ଅଧୀନ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ତଥା ପରିଚାଳନା କମିଟି ସଭାପତି ଇଦୀ ସର୍ବେଶ୍ଵର ରାଓ ଓ ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଉପସ୍ଥିତିରେ “ପଞ୍ଚ ପ୍ରାଣ ଶପଥ ପାଠ” କରାଯାଇଥିଲା। ଶିକ୍ଷକ ନରେନ୍ଦ୍ର କୁମାର ଲାବଲା ଓ ସିଙ୍ଗୁ କଣ୍ଡାଗରି ମାଟି ମାତୃକାର ସେବା କରିବା ପାଇଁ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ଜାତୀୟ ପତାକା ତଳେ ଶପଥ ପାଠ କରିବା ସହ ଦେଶ ଓ ମାଟି ପାଇଁ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ରେଖାପଦର ଉଚ୍ଛ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ଅବିନାଶ ପ୍ରଧାନ ରଙ୍ଗମଞ୍ଚ ପରିଚାଳନା କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିବେକାନନ୍ଦ ହୁଇକା ଧନ୍ୟବାଦ୍ ଅର୍ପଣ କରିଥିଲେ। ସୌମ୍ୟକାନ୍ତ ସାହୁ, ବାହାଦୁର କଣ୍ଡାଗୋରି, ନିରଞ୍ଜନ ସାମଲ, ବସନ୍ତ ତାଡ଼ିଙ୍ଗି ପ୍ରଭୃତି ସହଯୋଗ କରିଥିଲେ। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଅକ୍ଟୋବର ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୩ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ସି ଆର୍ ସି ସି ପ୍ରଦୀପ ନାୟକ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.