ତୁଳାପଡାରେ ଜିଲ୍ଲା ସ୍ତରୀୟ ଶାରଦୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ

ଛାତ୍ରଛାତ୍ରୀମାନେ କ୍ରୀଡାକୁ ନେଇ କ୍ୟାରିଅର ଗଠନ କରିବା ଉଚିତ -ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ତୁଳାପଡା ହାଇସ୍କୁଲ ଖେଳ ପଡ଼ିଆରେ ଗୁରୁବାର ଦିନ ଦିବା ୧୧ ଘଣ୍ଟା ସମୟରେ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଶାରଦୀୟ କ୍ରୀଡା ପ୍ରତିଯୋଗୀତା ଶନିବାର ଉଦଯାପିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ଯୋଗଦାନ କରି ଛାତ୍ରଛାତ୍ରୀ ମାନେ କ୍ରୀଡାକୁ ନେଇ କ୍ୟାରିଅର ଗଠନ କରିବା ଉଚିତ ବୋଲି କହିଥିଲେ। ନର୍ଲା ବ୍ଲକ ଶିକ୍ଷାଧିକାରୀ ତପୀମଣି ଜାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଜାପନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ପୂର୍ବତନ ସରପଞ୍ଚ ତଥା ତୁଳାପଡା ଖେଳପଡିଆ ପାଇଁ ଭୂମିଦାତା ମନମୋହନ ନାୟକ, ଆୟୋଜକ ତୁଳାପଡା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଲତା ସାହୁ, ଡିପିଇଓ ସଞ୍ଜୟ ମିଶ୍ର ପ୍ରମୂଖ ମଞ୍ଚସୀନ ରହି ମାର୍ଗଦର୍ଶନ ଦେଇଥିଲେ। ଅତିଥି ବୃନ୍ଦଙ୍କ ଗଣପତି ପୂଜନ ଅନୁଷ୍ଠିତ ହୋଇଥିଲା । ଆୟୋଜକ ତୁଳାପଡା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ସ୍ୱଗାତ ଭାଷଣ ପ୍ରଦାନ କରିଥିଲେ । କିକିଆ ହାଇସ୍କୁଲର ପିଇଟି ତଥା ଟେବୁଲ ଅଫିସର ଅଶ୍ଵିନ ପଧାନ ମଞ୍ଚ ପରିଚାଳନା କରିଥିଲେ। ୧୪ ଏବଂ ୧୭ ବର୍ଷ ରୁ କମ ବୟସର ଛାତ୍ରଛାତ୍ରୀଙ୍କୁ ନେଇ ବିଭାଗ ଅନୁଯାୟୀ ଫୂଟବଲ, ଭଳିବଲ, ଖୋକୋ, କବାଡି, ଯୋଗାସନ, ଚେସ, ସିପାକଟାକରୋ ପ୍ରଭୃତି ପ୍ରତିଯୋଗୀତା ପର୍ଯ୍ୟାୟ କ୍ରମେ ଗୁରୁବାର ଓ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ୨୮ ରୁ ୩୦ ଯାଏଁ ତିନିଦିନ ଧରି ଚାଲିଥିଲା। ଶନିବାର ଏହା ଉଦଯାପିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗୀତାରେ ଜିଲ୍ଲାର ସମସ୍ତ ବ୍ଲକ ର ୬୮୬ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିପାଇଁ ୮୮ ରୁ ଉର୍ଦ୍ଧ୍ବ କ୍ରୀଡା ଶିକ୍ଷକ ବିଭିନ୍ନ ଇଭେଣ୍ଟ ର ଖେଳ ସବୁ ପରିଚାଳନା କରିଥିଲେ। ଏଥି ମଧ୍ୟରୁ ପ୍ରମଖ କ୍ରୀଡା ଶିକ୍ଷକ ଜିଲ୍ଲା ପିଇଟି ସଂଘର ସଭାପତି ମୁରଲୀ ଦୀପ, ନାରାୟଣ ପଧାନ, ବୃଷଧ୍ୱଜ ବୁଦ୍ଧିଆ, ନିର୍ମଲ ପଧାନ, ସନ୍ତୋଷାନନ୍ଦ ନାୟକ, ଉମାକାନ୍ତ ଭୋଇ,ପ୍ରଦୀପ ସାହାଣୀ, ନାରାୟଣ ପଧାନଙ୍କ ସମେତ ଅନ୍ୟାନ୍ୟ କ୍ରୀଡା ଶିକ୍ଷକ ସମସ୍ତ କ୍ରୀଡା ପରିଚାଳନା କରିଥିଲେ । ୬ ଗୋଟି ଇଭେଣ୍ଟ ପରିଚାଳନା ପାଇଁ କ୍ରୀଡା ଶିକ୍ଷକ ମାନଙ୍କୁ ବିଭାଗ ବଣ୍ଟନ କରି ବାଳକ ଓ ବାଳିକାଙ୍କ ଇଭେଣ୍ଟ ଗୁଡିକ ପରିଚାଳନା କରିଥିଲେ । ଏଥିରୁ ବିଭିନ୍ନ ଇଭେଣ୍ଟ ପାଇଁ ଉତ୍ତମ ଖେଳାଳି ଚୟନ କରାଯାଇ ଜିଲ୍ଲା ସ୍ତରୀୟ ଟିମ ସବୁ ଗଠନ କରାଯିବ । ଜିଲ୍ଲାର ଉକ୍ତ ଟିମ ସବୁ ରାଜ୍ୟସ୍ତରୀୟ ପ୍ରତିଯିଗୀତରେ ଅଂଶ ଗ୍ରହଣ କରିବେ। ତୁଳାପଡା ହାଇସ୍କୁଲ ର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଞ୍ଚ କାର୍ଯ୍ୟକ୍ରମ ଶେଷରେ ତୁଳାପଡା ହାଇସ୍କୁଲର ହିନ୍ଦୀ ଶିକ୍ଷକ ବିମଲ ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.