ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା) : ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଗଣପତି କଳାପରିଷଦ ପକ୍ଷରୁ ନୁଆଁଖାଇ ଭେଟଘାଟ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ପ୍ରଥମେ ଶିକାଛିଡା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ଉପସ୍ଥିତ ଅତିଥିମାନଙ୍କୁ ପାରମ୍ପରିକ ବାଦ୍ୟନାଦରେ ଭବ୍ୟ ସ୍ୱାଗତ କରାଯାଇ ପଂଚାୟତ କାର୍ଯ୍ୟାଳୟ ଠାରୁ ମଞ୍ଚ ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ପାଛୋଟି ଅଣାଯାଇଥିଲା। ଏହି ମହୋତ୍ସବରେ ଅତିଥି ଭାବରେ ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବଲାଙ୍ଗୀର ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ, ଶିକାଛିଡା ସରପଞ୍ଚ କ୍ଷୀରେନ୍ଦ୍ରୀ ଶତପଥୀ, ସମିତି ସଭ୍ୟା ବିନିତା ପଧାନ, ବିଜେପି ସାଧାରଣ ସମ୍ପାଦକ ଅମିତ ସିଂ ନିନା, ବରିଷ୍ଠ ବିଜେପି ନେତା ଶଶୀ ଭୂଷଣ ସାହୁ, ଯୁବ ସମାଜସେବୀ ବିନୋଦ କୁମାର ସାହୁ ଏବଂ ଅମାତ୍ୟ ପ୍ରତାପ ସିଂଦେଓ ଉପସ୍ଥିତ ହୋଇ ନିଜ ଅଭିଭାଷଣ ରଖିବା ସହ ଅତିଥି କଳାକାରଙ୍କୁ ସମ୍ମାନୀତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଉଦଘୋଷକ ଜିତେନ୍ଦ୍ରିୟ ତ୍ରିପାଠୀ ସଭା ସଂଯୋଜନା କରିଥିଲେ। ପରବର୍ତ୍ତୀ ସମୟରେ ଉଦଘୋଷକ ବୀରେନ୍ଦ୍ର ପାଣ୍ଡେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଏହି ମହୋତ୍ସବରେ ଅତିଥି କଳାକାର ବରିଷ୍ଠ ଲୋକକଣ୍ଠଶିଳ୍ପୀ ଦିଲୀପ ଦୀପ, କଣ୍ଠଶିଳ୍ପୀ ବିନୟ ସୁନା, ସମଲେଶ୍ୱରୀ କଳା ପରିଷଦ, ଭାଲେର, ସାଇସ୍ବର୍ଣ୍ଣ କଳା ପରିଷଦ, ବଲାଙ୍ଗୀର, ଆମର କଳା ଆମର ସଂସ୍କୃତି କଳା ପରିଷଦ, ନୂଆପଡା, ଜେ. ଆର. ଏନ. ଡେନ୍ସ ଗ୍ରୁପ, ନୂଆପଡା ଏବଂ ବଲାଙ୍ଗୀରିଏନ ଧାଙ୍ଗିରି ଗ୍ରୁପଙ୍କ ନୃତ୍ୟ ଗୀତରେ ଉପସ୍ଥିତ ଦର୍ଶକ ବିଭୋର ହୋଇଥିଲେ। ବରିଷ୍ଠ ସାମ୍ବାଦିକ ବଳରାମ ମିଶ୍ରଙ୍କୁ ନିରପେକ୍ଷ ଖବର ପରିବେଷଣ ପାଇଁ ସମ୍ମାନୀତ କରାଯାଇଥିଲା। ଅନୁଷ୍ଠାନିକ କାର୍ଯ୍ୟରେ ଅନୁଷ୍ଠାନର ସଭାପତି ଆଦିକନ୍ଦ ବଗର୍ତ୍ତୀ, ସମ୍ପାଦକ ରମାକାନ୍ତ ନାଏକ ଏବଂ ଅନୁଷ୍ଠାନର ସଦସ୍ୟ ଅଟଳ, ପ୍ରଦୀପ, ରୀତିକ, ଭଗରଥୀ, ପରମେ, ସନ୍ତୋଷ, କ୍ଷୀରଧର, ମହେନ୍ଦ୍ର, କୁନା, ରଂଜିତ, ଦକ୍ଷ, ରିଙ୍କୁ, ଗୁଲୁ, ଆନନ୍ଦ, ଆକାଶ, ବୁଲୁ, ପରମାନନ୍ଦ, ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।