ତୁମେ
ସେ କେଉଁ ଦୂର୍ବଳ ମୁହୂର୍ତ୍ତରେ
ତୁମେ ଆସିଥିଲ କେଜାଣି ,
ଏମିତି ଆପଣାପଣରେ
ବାନ୍ଧିଦେଇଗଲ ଯେ
ଏବେ ମୁଁ ଆଉ ମୋର ନୁହେଁ!
ଦୁରେଇ ଯାଅ ଯେବେ ମୋ’ଠାରୁ
ଆଖିବିଛାଇ ବସିଥାଏ
ତୁମ ଫେରିବା ବାଟକୁ
ଦୀପଟିଏ ଜାଳି
ପଣତ ଘୋଡାଇରଖେ
ଲିଭିଯିବାର ଭୟେ।
ତୁମେ ଆସିଲେ ମଳୟଲାଗେ
ଯେମିତି ଚନ୍ଦନବନେ
ମନମୋର ମହକିଉଠେ
କଢସବୁ ପ୍ରସ୍ଫୁଟିତ ହୋଇଯାଏ
ମୋ ମନବଗିଚାରେ।
ତୁମେ ଯେଚେବେଳେ ମୋ ସାମ୍ନାରେ
ଆଉକିଛି ଲୋଡାନାହିଁ ମୋର
ସ୍ବର୍ଗର ଅଳକାପୁର କି ପାରିଜାତ
କିଛି କିଛି ଅବସୋସ…
ପୂର୍ଣ୍ଣତାରେ ଭରିଯାଏମନ ।
ଏମିତି ସଦାକାଳେ
ତୁମେ ରହିଥାଅ ସାଥୀ
ମୋ ଆଖିସାମ୍ନାରେ
ମୋର ହୋଇ
ଆଉ ମୁଁ ହଜିଯାଏ
ତୁମରି ଭିତରେ
ତୁମର ହୋଇ ।
ବିତିଯାଉ ଏ ଜୀବନ ବୈତରଣୀ
ତୁମ ସହ ସୁଖର ନଇରେ …..।
ଜ୍ୟୋତିର୍ମୟୀ ମହାନ୍ତି
ବିଜୁନଗର,ଝାରସୁଗୁଡା
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ