ଭୁବନେଶ୍ୱର, ୨୮/୧୧: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଅଧୀନରେ ଥିବା ସମସ୍ତ କଲେଜରେ ଗୁରୁବାର ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।
କେବେ ଏହି ପରୀକ୍ଷା ଅନୁଷ୍ଠିତ ହେବ ସେନେଇ ଖୁବ୍ଶୀଘ୍ର ଜଣାଇ ଦିଆଯିବ ବୋଲି ବିପିୟୁଟି ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ୪୮ଘଣ୍ଟିଆ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କୁଳପତି ଏହି ନିଷ୍ପତ୍ତି ନେଇଛନ୍ତି।