ବିଜୁ ଜନତା ଦଳ ପକ୍ଷରୁ ଏସଆଇଆର ସମ୍ପର୍କିତ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳ ତରଫରୁ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ଥିତ କଲ୍ୟାଣମଣ୍ଡପଠାରେ ଏସଆଇଆର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଥିଲେ। ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ,ଜୋନ-୨ ସଦସ୍ୟ ପରୀକ୍ଷିତ ନାଏକ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ,ବ୍ଳକ ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଲ, ଜୋନ-୧ ସଭାପତି ଲୋକନାଥ ମାଝୀ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସୁଷମା ମାଝୀ, ପୂର୍ବତନ ସଭାନେତ୍ରୀ ସୁଜାତା ଘଡ଼େଇ ପ୍ରମୁଖ ମଞ୍ଚାସୀନ ଥିଲେ। ଏସଆଇଆର ସମ୍ପର୍କିତ ତାଲିମଦାତା ଭାବେ ଆଶୁତୋଷ ପୁରୋହିତ ଓ ଭୋଳାନାଥ ନାଗ ଯୋଗ ଦେଇ ବ୍ଲକର ୨୬ଗୋଟି ପଞ୍ଚାୟତ ଅଞ୍ଚଳରୁ ଆସିଥିବା ୨୦୦ରୁ ଉର୍ଦ୍ଧ୍ଵ ବୁଥସ୍ତରୀୟ ଦଳୀୟ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରିଥିଲେ। ବିଜେଡି ଜିଲ୍ଲା ସମ୍ପାଦକ ଜଗଦୀଶ ବେନିଆ ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ବିଜେଡ଼ି ଜିଲ୍ଲା ସମ୍ପାଦକ ପାତ୍ର ମାଝୀ,ବ୍ଳକ ଯୁବ ସଭାପତି ଡିଲେଶ କୁମାର ନାଗ,ଯୁବ କାର୍ଯ୍ୟକାରୀ ସଭାପତି ବନମାଳୀ ମାଝୀ,ବିଜେଡି ନେତା ତରୁଣ କୁମାର ଦାସ, କିଶୋର ହରପାଲ, ହରିହର କୁମାର, ସରୋଜ ପ୍ରଧାନ, ସେନାପତି ରଣା, ବିରାଜ ପନ୍ଦର, ଜ୍ୟୋତିରଞ୍ଜନ ମହାପାତ୍ର, ଜୟନ୍ତ ମହାଖୁଡ, ସନ୍ତୋଷ ମାଝୀ, ସତ୍ୟ ନାଏକ, ଗଣେଶ ବାଗ, ଧନୁର୍ଯ୍ୟୟ ନାଏକ, କୁଞ୍ଜ ମାଝୀ, ଜଗବନ୍ଧୁ ମାଝୀ, ଅଜିତ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମାଝୀ, ବିଶିକେଶନ ଆର୍ଯ୍ୟ, ସୁବାସ ଶୃଗାଳ, ପୁରାଣା ମାଝୀ, ମୂରଲୀ ନାଏକ, ପିଣ୍ଟୁ ପତି, ମୁକେଶ ବେହେରା, ଉଦ୍ଧବ ମାଝୀଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.