ବୁଦୂରାରେ କମ୍ୟୁନିଟି ହଲ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ର ବୁଦୁରା ଗ୍ରାମ ଠାରେ ଏକ ଅତ୍ୟାଧୁନିକ କମୁନିଟି ହଲ ତଥା କୋଠ ଗୃହ ର ଶୁଭ ଉଦଘାଟନ ମାନ୍ୟବର ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ହୋଇଯାଇଛି । ଏହି କୋଠ ଗୃହ ପାଇଁ ବିଗତ ସରକାର ଙ୍କ ଅନୁଦାନ ରେ ନିର୍ମାଣ ହୋଇଥିଲା, ଏହି କୋଠ ଗୃହ କରିବା ପାଇଁ ବହୁଦିନ ହେବ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦୃଢ଼ ଦାବୀ କରି ଆସୁଥିଲେ । ଆଜି ସମ୍ପୂର୍ଣ ହୋଇ ଉଦଘାଟନ ହୋଇଥିବା ଯୋଗୁଁ ଗ୍ରାମ ବାସୀ ବିଧାୟକ ଶ୍ରୀ ପାଣିଗ୍ରାହୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ଗ୍ରାମବାସୀ ଙ୍କ ରହିଥିବା ବିଭିନ୍ନ ସମସ୍ୟା , ତଥା ଗ୍ରାମ ଭିତ୍ତିକ ସମସ୍ୟା , ରାସନ୍ କାର୍ଡ , ଗୃହ ନିର୍ମାଣ , ଶିକ୍ଷା ,ଜଳ ସେଚତାନ , ରାସ୍ତା , ନାଳ ଓ ସ୍ଵାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ବିଧାୟକ । ତୁରନ୍ତ ଏ ନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଡମ୍ବୁରୁଧର ମଲିକ ଙ୍କୁ ଫୋନ୍ ମାଧ୍ୟମ ରେ ଶୀଘ୍ର ଗ୍ରାମର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ତଥା ଏସବୁ କାର୍ଯ କରିବା ପାଇଁ ଆଦେଶ ଦେଇଥିଲେ ବିଧାୟକ ।‌ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ , ବାଲା ସାୟାମ୍ମା , ସ୍ଥାନୀୟ ସରପଞ୍ଚ ଓ ସମିତି ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.