ପଞ୍ଚାୟତ ସମିତିସ୍ତରୀୟ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟର ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଲାଞ୍ଜିଗଡ଼ ପଞ୍ଚାୟତ ସମିତିସ୍ତରୀୟ ସମ୍ମିଳନୀ ‘ଜାତି ଜନଜାତି ସମ୍ବାଦ ବୈଠକ’ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସମ୍ମିଳନୀରେ ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ସାଂସଦ ପ୍ରତିନିଧି ନିରଞ୍ଜନ ବିଭାର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟକାନ୍ତ ଭୁଏ, ସମାଜସେବୀ ହରିଶଙ୍କର ପାତ୍ର, ଲକ୍ଷ୍ମୀକାନ୍ତ ସନ୍ତୋଷରାୟ, ମହିଳା ସମାଜସେବୀ ଫୁଲମେ ମାଝୀ, ଆଦିବାସୀ ପ୍ରତିନିଧି ଶୁକୃ ମାଝୀ, ଅନୁସୂଚିତ ଜାତି ପ୍ରତିନିଧି ପ୍ରମୋଦ ବିଭାର ପ୍ରମୁଖ ମଞ୍ଚାସୀନ ଥିଲେ। ଗୋପାଳଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିବାବେଳେ ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ ବଳୀୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହିତାଧିକାରୀ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.