ପିଲାଚୋରୀ ଗୁଜବ: ଯୁବକ-ଯୁବତୀଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ଥାନା ଆଗରେ ଓ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପିଲାଚୋରୀ ଗୁଜବକୁ ନେଇ ହଜାର ହଜାର ଲୋକଙ୍କ ଭିଡ଼ ଲାଗି ରହିଥିଲା | ଦିଲ୍ଲୀ ଆଜାଦପୁରର ଯୁବକ ସୁମନ ଝାପ ଓ ଗୁଜୁରାଟ ରାଜ୍ୟ ସୁରତର ଅର୍ପିତ ସୂତାରୀୟା ଦୁହେଁ ଗ୍ରାମ ବିକାଶ ସଂସ୍ଥା ର ମିନ୍ଟ ପ୍ରକଳ୍ପରେ କାର୍ଯ୍ୟରତ, ସେମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରୁ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକକୁ ଏକ ସ୍କୁଟି ଯୋଗେ କଲ୍ୟାଣସିଂହପୁର ଦେଇ ଯାଉଥିଲେ | ସେମାନଙ୍କୁ ଧାମୁଣିପଙ୍ଗା ପଞ୍ଚାୟତ କାନ୍ଦୁଲ ଗୁଡ଼ା ଗାଁ ପାଖରେ ଗ୍ରାମବାସୀ ପିଲା ଚୋର ଭାବି ଅଟକାଇଥିଲେ | ଗାଁ ଅନେକ ଲୋକ ଉତ୍ୟକ୍ତ ହୋଇ ଦୁଇ ଜଣଙ୍କୁ ନିର୍ଧୁମ ମାଡ଼ ମାରି ଲହୁ ଲୁହାଣ କରିଥିବା ବେଳେ ସେମାନଙ୍କୁ ପ୍ରାୟ ୭ କିଲୋମିଟର ଘୋଡାଇ ଘୋଡାଇ ନିର୍ଧୁମ ମାଡ଼ ମାରିଥିବା ଜଣାପଡ଼ିଛି । ଏହି ଖବର ପାଇ କଲ୍ୟାଣସିଂହପୁର ଥାନା ପୋଲିସ ଆହାତ ମାନଙ୍କୁ ଥାନା ଆଣି ତୁରନ୍ତ କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଥିଲେ | ଲୋକଙ୍କ ଭିଡ଼ ଖବର ପାଇ ଚାନ୍ଦିଲି ପୋଲିସ ଓ ଏସ ଡ଼ି ପି ଓ ଗୌରହରୀ ସହ ଜିଲ୍ଲା ଆରକ୍ଷୀ ଅଧିକାରୀ ରାଜ ପ୍ରସାଦ ନିଜ ଦଳ ବଳ ଧରି କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିଥିବା ଆରକ୍ଷୀ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.