ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପିଏମଶ୍ରୀ ଜବାହର ନବୋଦ୍ଦୟ ବିଦ୍ୟାଳୟରେ ଗତ ୧୬ ରୁ ଚାଲିଛି “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ। ରାଜ୍ୟ ବିଜେପି ସରକାରଙ୍କ ଦୁଇବର୍ଷ ପୁର୍ତ୍ତି ଉପଲକ୍ଷେ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ କରି ଜନସଚେତନତା ସୃଷ୍ଟି କରୁଛନ୍ତି। ଏହି କ୍ରମରେ ୧୬/୬ ଉଦ୍ଗାଟନୀ ଦିବସରେ ଜାତି, ଜନଜାତି ସମ୍ବାଦ ବୈଠକ, ଦ୍ୱିତୀୟ ଦିନରେ କୃଷି ସମ୍ବାଦ ବୈଠକ, ତୃତୀୟ ଦିନରେ ଯୁବ ସମାବେଶ ଅନୁଷ୍ଠିତ ହୋଇସାରିଥିବା ବେଳେ ଆଜି ଚତୁର୍ଥ ଦିନରେ “ସରକାରୀ ଯୋଜନା ଅଧିନରେ ଲାଭ ବଣ୍ଟନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ବିଭାଗ, ମସ୍ର୍ୟ ବିଭାଗ ଓ ପ୍ରାଣୀଧନ ବିଭାଗ ସାମିଲ ହୋଇ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ବୁଝାଇଥିଲେ। ନର୍ଲା ଆୟୁଷ ଡାକ୍ତର ମନସ୍ମିତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମା ମାଣିକେଶ୍ୱରୀ ଙ୍କ ଠାରେ ପୂଜନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ଆୟୁଷ ଡାକ୍ତର ଡ.ସୁଧିର କମ୍ପ, ଆୟୁଷ ଡାକ୍ତର ଡ.ସୁଶ୍ରୀ ନାୟକ ପ୍ରାଣୀଧନ ଚିକିତ୍ସାଧିକାରୀ ଡ.ଅବିନାଶ ପଟେଲ, ସହକାରୀ ମତ୍ସ୍ୟ ଅଧିକାରୀ ବ୍ରହ୍ମ ପ୍ରକାଶ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ରହି ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ବୁଝାଇଥିଲେ। ନର୍ଲା ବିପିଏମ ସବୀର କୁମାର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ୮ ବ୍ୟକ୍ତିଙ୍କୁ ଓ ଆୟୁଷ୍ମାନ ଯୋଜନାରେ ୭ ଜଣ ମହିଳା ଓ ପୁରୁଷ ଉପଭୋକ୍ତାଙ୍କୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଥିଲା। ସେହିଭଳି ରାଜ୍ୟ ସରକାରଙ୍କ ମସ୍ୟ ବିଭାଗ ତରଫରୁ ମତ୍ସ୍ୟ ପୋଖରୀ ଯୋଜନାରେ ମୁସ୍କୁଟିର ଜାହ୍ନବୀ ନାଏକ, ଚୁଡାମଣି ନାଏକ, ଖଇରମାଳର ସରସ୍ୱତୀ ଧରୁଆ, ଓ ବାୟୋଫ୍ଲକ୍ସ ଯୋଜନାରେ ପିପଲପଦରର ସରୋଜ କୁମାର ରଣାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ସେହିଭଳି ସରକାରଙ୍କ ପ୍ରାଣୀଧନ ବିଭାଗ ତରଫରୁ ମୁସ୍କୁଟିର ଗଜେନ୍ଦ୍ର କୁମାର ନାଏକ ଓ ଡଙ୍ଗରମାଳର ହେମଲତା ସାହୁଙ୍କୁ ଗୋ-ପାଳନ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଆଗରୁ ଆୟୁଷ୍ମାନ ଯୋଜନାରେ ନର୍ଲା ବ୍ଲକ ଅଞ୍ଚଳର ୫୬,୦୦୦ ବ୍ୟକ୍ତିଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇ ସାରିଥିବା କଥା ତାଙ୍କ ରିପୋର୍ଟ ପ୍ରଦାନ ବେଳେ ମଞ୍ଚରେ କହିଥିଲେ ବିପିଏମ ଶ୍ରୀ ପଧାନ। ଏବଂ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡକୁ ତାଙ୍କ ଶରୀର ଅସୁସ୍ଥ ଥିବା ସମୟରେ ଡାକ୍ତରଖାନାରେ ବ୍ୟବହାର କରି ଲାଭାନ୍ୱିତ ହୋଇଥିବା କଥା ତାଙ୍କ ବକ୍ତବ୍ୟରେ କହିଥିଲେ ଭୀମକେଲା ଗ୍ରାମର ହିତାଧିକାରୀ କେଶବ ଚନ୍ଦ୍ର ସାହୁ। ବିପିସି ଭୋଳାନାଥ ଦାସ, ମଙ୍ଗଳ ସମ୍ପ୍ରସାରଣ ବିଭାଗର କର୍ମଚାରୀ ପ୍ରକାଶ ଚନ୍ଦ୍ର ଭୋଇ, ଆରଡବ୍ଲୁଏସଏସ କର୍ମଚାରୀ ସନତ କୁମାର ନାଏକ, ସ୍ୱାସ୍ଥ୍ୟ କର୍ମୀ ସୁରେନ୍ଦ୍ର ସାହୁ, କିଶୋରଚନ୍ଦ୍ର ପାତ୍ର, ନରେନ୍ଦ୍ର ପୁଝାରୀ, ରାହାସ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଓ ବିଦ୍ୟୁତ ବିଭାଗ ତରଫରୁ ଷ୍ଟଲ ଲଗାଯାଇ ଜନସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଏବିଡିଓ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।





