ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପାଇକପଡା ରେ ରହିଥିବା ଏକ ବହୁ ପୁରୁଣା ତେନ୍ତୁଳି ଗଛରେ କିଏ ନିଆଁ ଲଗେଇ ଦେଇଥିବାରୁ ଗଛଟି ସୋମବାର ସନ୍ଧ୍ୟା ୫ ଟା ବେଳୁ ହୁତୁ ହୁତୁ ହୋଇ ଜଳିଲା। ନର୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗି ପଡିଥିଲେ। ହେଲେ ନିଆଁ ଆୟତ୍ତ ହୋଇପାରି ନଥିଲା। ଅଗ୍ନିଶମ ଵିଭାଗର ଆପ୍ରାଣ ଉଦ୍ୟମ ଫଳରେ ରାତି ଅଢେଇଟା ବେଳେ ନିଆଁ ଆୟତ୍ତକୁ ଆସିଥିଲା। ତେନ୍ତୁଳି ଗଛର ଅର୍ଦ୍ଧେକାଂଶ ଶାଖା ଦୀର୍ଘ ଦିନରୁ ଶୁଖିଲା ହୋଇ ପଡି ରହିଥିଲା। କେହି ଜଣେ ଏଥିରେ ନିଆଁ ସଂଯୋଗ କରି ଦେଇଥିବା ପଡାବାସୀ କହୁଛନ୍ତି। ପାଇକ ପଡା ଭିତରେ ଅନେକ ଗୁଡିଏ ଘର ମଝିରେ ତେନ୍ତୁଳି ଗଛ ଟି ରହିଛି। ଗଛଟି ବହୁତ ବିପଦ ସଙ୍କୁଳ ଭାବରେ ରହିଥିବା ବେଳେ ସେଥିରେ ପୁଣି କିଏ ଅଗ୍ନି ସଂଯୋଗ କରି ଦେଇଥିବାରୁ ଏହା ଆହୁରି ବଡ ବିପଦ ସୃଷ୍ଟି କରିଥିଲା। ନର୍ଲା ଅଗ୍ନୀଶମ ଵିଭାଗ କର୍ମଚାରୀ ତିନି ଲୋଡ ପାଣି ଆଣି ନିଆଁ ଲିଭାଇବା ପରେ ରାତି ଅଢେଇଟା ସମୟରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ।





