ଓଡିଆ ବାର୍ତ୍ତା/ କଟକ: କଟକ ସଦର ପରମହଂସ ଗ୍ରାମ ପଞ୍ଚାୟତ ରାଜହଂସ ଗ୍ରାମରେ ଓଡ଼ିଶାର ନିଜସ୍ୱ ମୌଳିକ ପର୍ବ ତଥା ଗଣପର୍ବ ରଜ ମହୋତ୍ସବ ଖୁବ୍ ଧୁମଧାମରେ ତିନି ଦିନ ଧରି ପାଳିତ ହୋଇଯାଇଛି । ଯାଦବ ମହାସଂଘର ମୁଖ୍ୟ କାର୍ଯ୍ୟକର୍ତ୍ତା ସୁବୋଧ ବେହେରାଙ୍କ ପୌରୋହିତ୍ୟରେ ଏନେଇ ଅନୁଷ୍ଠିତ ଉତ୍ସଵରେ ଅତିଥି ଭାବେ ୫ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ୍ତ କୁମାର ମହାଳୀ, ଜିଲ୍ଲା ବିଜେପି ସଂପାଦକ ସୁରେଶ ଜେନା, ବିଜେପି କନ୍ଦରପୁର ମଣ୍ଡଳ ସଭାପତି ନିରଞ୍ଜନ ରାଉଳ, ଉପ ସଭାପତି ସନ୍ତୋଷ ସାହୁ, ସଂପାଦକ ବିନୋଦ ପତି, ଫକୀରପଡ଼ା ପ୍ରମୁଖ ଅନନ୍ତ ସେଠୀ, ଯୁବ ମୋର୍ଚ୍ଚାର ସୁମନ ଜେନା, ପ୍ରଭାକର ବେହେରା, ବାପି ଭାଇ, ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ଵ ଏବଂ ସ୍ଥାନୀୟ ବହୁ ଜନ ସାଧାରଣ ଯୋଗ ଦେଇଥିଲେ ।





