ମାଁ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ 

ଓଡିଆ ବାର୍ତ୍ତା/ କଟକ: ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ୪୨ ମୌଜ଼ା କଟକ ସଦର ପକ୍ଷରୁ ଦୁଇ ଦିନ ଧରି ପୌରାଣିକ ରାମଲୀଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ରାତ୍ରି ସତ୍ୟ ରକ୍ଷାକାରୀ ଗୋଲକ ବିହାରୀ ଓ ଦ୍ୱିତୀୟ ରାତ୍ରୀ ଦଶାନନର ଶେଷ ହସ ବା ଜୟଯାତ୍ରା ଶୀର୍ଷକ ପୌରାଣିକ ରାମଲୀଳା ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଶିତ ହୋଇ ଖୁବ୍ ସୁନ୍ଦର ଭାବେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ସାହିତ୍ୟିକ ସନ୍ତୋଷ କୁମାର ପତି ଓ ଖ୍ୟାତି ସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ ତଥା ସଂଗଠକ ଅଶୋକ କୁମାର ପଟ୍ଟନାୟକ ଏହି ଦୁଇ ଦିନିଆ ରାମଲୀଳା କାର୍ଯ୍ୟକ୍ରମକୁ ନିର୍ଦ୍ଦେଶନା ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.