ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଖଡ଼ିଆଳ କଲେଜରେ ପଦାର୍ଥ ବିଜ୍ଞାନ ଦ୍ୱାରା କ୍ୟାରିୟର କାଉସିଲିଂ କାର୍ଯ୍ୟକ୍ରମ ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ପଦାର୍ଥ ବିଜ୍ଞାନର ଅଧ୍ୟାପକ ସୁଧାଂଶୁ ବାରିକଙ୍କ ସହଯୋଗ ଦ୍ୱାରା ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡରୁ ଆସିଥିବା ପିଏଚଡି ସ୍କୋଲାର ଆଇ.ଆଇ.ଟି ରୁଲକିର ଅଖିଳେଶ ରାୟ ମୁଖ୍ୟ ଅତିଥି, ମହାବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗର ପ୍ରାଧ୍ୟାପକ ଡ଼. ରଣବୀର ସିଂହ ସମ୍ମାନୀତ ଅତିଥି ଥିବା ବେଳେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଚୈତନ୍ୟ ମହାନ୍ତି ସ୍ୱାଗତ ବକ୍ତବ୍ୟ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରଜାନ, ଆଦିତ୍ୟ ଏଲ-୧, ବ୍ଲାକ ମେଟର, ବ୍ଲାକ ହୋଲ ତଥା ଛାତ୍ରଛାତ୍ରୀ ମାନଙ୍କ ବୃତ୍ତି ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଶ୍ରୀ ରାୟଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା l ଶେଷରେ ଅଧ୍ୟାପକ ଅଭିଷେକ ରଥ ଧନ୍ୟବାଦ ଅର୍ପଣ କରିଥିଲେ l