କୋକସରା,୧୨/୬ : ଭୂମିହୀନ ତଥା ବାସହୀନ ପରିବାର ସଦସ୍ୟ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କର ମୁଣ୍ଡଗୁଞ୍ଜବା ନିମନ୍ତେ ସରକାର ବସୁନ୍ଧରା ଯୋଜନା ମାଧ୍ୟମରେ ୪ରୁ ୮ ଦିସମିଲ ଘରବାରି ଜମିପଟ୍ଟା ଯୋଗେଇ ଦେବାର ସୁବ୍ୟବସ୍ଥା କରିଛନ୍ତି । ହେଲେ ଉକ୍ତ ଯୋଜନାରେ ସାମିଲ ହୋଇ ଥିବା ପ୍ରକୃତ ହିତାଧିକାରୀଙ୍କୁ କେତେକ କ୍ଷେତ୍ରରେ ଉପେକ୍ଷା କରାଯାଉଥିବା ବେଳେ ମିଳିଥିବା ହିତାଧିକାରୀଙ୍କର ସ୍ଥାନ ଚି଼ହ୍ନଟ ହୋଇନଥିବାରୁ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଫେରାଇବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟପକ୍ଷରେ ବହୁସ୍ଥାନରେ ଜବରଦଖଲକାରି ମାନେ ସରକାରୀ ଜମି ଓ ରାସ୍ତା ପାର୍ଶ୍ୱକୁ ନିଜକୁ ଘେରାବନ୍ଦୀରେ ରଖି ପକାଘର ନିର୍ମାଣ କରିଛନ୍ତି । ଏପରି ବସୁନ୍ଧରା ଯୋଜନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଆଜି କୋକସରା ତହସିଲ କାର୍ଯ୍ୟାଳୟ ରେ ୫ଦଫା ଦାବୀପ୍ରଦାନ କରିଛନ୍ତି ନାଗରିକ ବିକାଶ ସଂଗଠନ ଓ କଳାହାଣ୍ଡି ସଚେତନ ମଞ୍ଚର କର୍ମକର୍ତା ଓ ହିତାଧିକାରୀ ।
ନାଗରିକ ବିକାଶ ସଂଗଠନର ଆବାହକ ଉପେନ୍ଦ୍ର ସୁନାନୀ ଓ କଳାହାଣ୍ଡି ସଚେତନ ମଞ୍ଚର ଆବାହକ ପ୍ରେମଲାଲ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ବସୁନ୍ଧରା ଯୋଜନାର ଅନିୟମିତତା ପାଇଁ ତହସିଲଦାରଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ତହସିଲଦାରଙ୍କୁ ୫ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି ।ସେମାନଙ୍କ ଦାବୀ ଗୁଡିକ ହେଲା ୧-କୋକସରା ବ୍ଲକ ର ୨୨ଗୋଟି ପଂଚାୟତ ରେ ଥିବା ଭୂମିହୀନ ମାନଙ୍କୁ ଚି଼ହ୍ନଟ କରି ତୁରନ୍ତ ବସୁନ୍ଧରା ଯୋଜନା ରେ ସାମିଲ କରି ନୂତନ ପଟ୍ଟା ବଣ୍ଟନ । ୨-ଜଙ୍ଗଲ ଜମି ଚାଷ କରୁଥିବା ଚାଷୀ ଙ୍କୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବରେ ସ୍ଥାୟୀ ପଟ୍ଟାପ୍ରଦାନ । ୩-ସ୍ଥାୟୀ ରୋଜଗାର ପ୍ରସସତ ସକାଶେ ସିଲିଂ ଆଇନ ବଳବତ୍ତର କରାଇ ଜମିହୀନ ମାନଙ୍କୁ ଜମି ପ୍ରଦାନ ୪-ପଟ୍ଟା ପାଇଥିବା ତଥା ଜମିଚି଼ହ୍ନଟ ହୋଇନଥିବା ପଟାଧାରୀ ମାନଙ୍କୁ ଜାଗାର ଯଥାଶୀଘ୍ର ସୀମାଙ୍କନ । ୫-ପୂର୍ବରୁ ଆବେଦନ କରାଯାଇଥିବା ଦରଖାସ୍ତ ଗୁଡିକ ଶୀଘ୍ର ନିଷ୍ପତି ।
ଏହି ଦାବିପତ୍ର ପ୍ରଦାନ ସମୟରେ ନାଗରିକ ବିକାଶ ସଂଗଠନ ଓ କଳାହାଣ୍ଡି ସଚେତନ ମଞ୍ଚର କର୍ମକର୍ତା ଆଶ୍ରିତ କର, ରିଙ୍କି ଦୁର୍ଗା, ଶୈଲେନ୍ଦ୍ରଇ ବିଭାର, ମଧୁସୂଦନ ନାଏକ, ଗୌର ସୁନାନୀ, ଦିଲୀପ ଛତ୍ରୀଆ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ଶବର ଦାବିପତ୍ର ଗ୍ରହଣ କରି ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ ।
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇