ମଗଧା ଗୈାଡ ମହାସଭାର ବୈଠକ

ଓଡ଼ିଆ ବାର୍ତ୍ତା/ ଉମରକୋଟ: ଝରିଗାଁ (ଛତାଆମ୍) ଠାରେ ଅଭିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର ସଭାପତି  ଭୂବନ ଗୋଡ଼ଙ୍କ ଅଧ୍ୟକ୍ଷତାରେ ନଂଵରଙ୍ଗପୁର ଜିଲ୍ଲାର ମଗଧା ଗୈାଡ ମହାସଭାର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଉତ୍କଳ ଯାଦବ ମହାସଭା ଜିଲ୍ଲା ସାଧାରଣ ସଂପାଦକ ପର୍ଶୁରାମ ନାୟକ ଯାଦବ, ସମ୍ମାନିତ ଅତିଥି ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ଉପସଭାପତି ଡମ୍ଭୁରୁ ଗୈାଡ, ସହ ସଂପାଦକ ଡମ୍ଭୁରୁ ଧର ଗୈାଡ, ଏଥିରେ ୧୦ ଗୋଟି ଵ୍ଳକର ସଭାପତି, ସଂପାଦକ, କୋଷାଧ୍ୟକ୍ଷ, ସମେତ ନାୟକ, ପାଇକ, ପାଣିଗ୍ରାହି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମଗଧା ଗୈାଡ ମହାସଭାର ନଂଵରଙ୍ଗପୁର ଜିଲ୍ଲା କମିଟି ପୁନଃର୍ଗଠନ କରାଯାଇଥିଲା। ଭୁଵନ ଗୈାଡ ସଭାପତି, ପର୍ଶୁରାମ ନାୟକ ଯାଦବ ସାଧାରଣ ସଂପାଦକ, ତ୍ରିନାଥ ମୁଦୁଲି ସହସପାଦକ, ଡମ୍ଭୁରୁଧର ଗୈାଡ କୋଷାଧ୍ୟକ୍ଷ, ସୂଜାତା ଗୈାଡ ଜିଲ୍ଲା ମହିଳା ସଭାନେତ୍ରୀ, ପ୍ରଫୁଲ୍ଲ କୁମାର ନାୟକଙ୍କୁ ଜିଲ୍ଲା ଯୁବ ସଭାପତି ରୂପେ ଦାୟିତ୍ଵ ଦିଆ ଯାଇଥିଵାଵେଳେ ୧୦ ଗୋଟି ବ୍ଳକରୁ ଦୁଇ ୨ ଜଣ ଲେଖାଏଁ ସଦସ୍ୟଙ୍କୁ ଉପସଭାପତି, ସଂପାଦକ ଓ କାର୍ଯ୍ୟ କାରିଣୀ ସଦସ୍ୟ ରୁପେ ନିର୍ବାଚିତ କରଯାଇଥିଲା। ଏହି କମିଟି ଆସନ୍ତା ୧ମାସ ଭିତରେ ଭୂବନେଶ୍ପର ଯାଇ ରାଜ୍ୟପାଳ, ରାଜ୍ୟ ଓଵିସି କମିସନର, ୫-ଟି ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ସମାଜର ଦାବିପତ୍ର ପ୍ରଦାନ କରିବେ। ଏହାସହ ନଵରଙ୍ଗପୁର ଜିଲ୍ଲାର ଜିଲ୍ଲା ଓଵିସି ମୋର୍ଚା ତରଫରୁ ମଧ୍ୟ ସଭାଯାତ୍ରାରେ ଵାହାରି ଜିଲ୍ଲାପାଳଙ୍କୁ ଓଵିସି ମାର୍ଚାର ୧୦ ଦଫାଦାବି ପ୍ରଦାନ କରିଵା ପରି ନିଷ୍ପତ୍ତି ବୈଠକରେ ପାରିତ ହୋଇଥିବା ଜଣାପଡ଼ିଛି। ଶେଷରେ ଡମ୍ଭୁରୁଧର ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.