ପିସିସି ସଭାପତିଙ୍କ ପିତୃ ଶୁଦ୍ଧକ୍ରିୟାରେ ସାମିଲ ହେଲେ କଂଗ୍ରେସର କର୍ମୀ ଠୁ ନେତା; ସଇଁତଲା ପାଲଟିଲା ମିନି ରାଜଧାନୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟ ଙ୍କ ପିତା ଯୁଗଳ କିଶୋର ପଟ୍ଟନାୟକଙ୍କ ଶୁଦ୍ଧକ୍ରିୟା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଥିଲା l ଏହି ପରିପେକ୍ଷୀରେ ରାଜ୍ୟର କଂଗ୍ରେସ କର୍ମୀ ଠୁ ଆରମ୍ଭ କରି ନେତା , ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ହୋଇ ସ୍ୱର୍ଗତ ଶ୍ରୀ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଯାହା ଫଳରେ ସଇଁତଲା ସହର ମିନି ରାଜଧାନୀ ପାଲଟିଥିବା ଦେଖିବାକୁ ମିଳିଥିଲା l ଏଥିରେ ରାଜ୍ୟରୁ ବ୍ଲକ ପର୍ଯ୍ୟନ୍ତ ଆସିଥିବା କଂଗ୍ରେସ କର୍ମୀ ଙ୍କ ଠାରୁ ଆରମ୍ଭ କରି ବଡ଼ ନେତା ପିସିସି ସଭାପତିଙ୍କ ଘରକୁ ଆସିଥିବାରୁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି l କଂଗ୍ରେସର ରାଜ୍ୟ ପ୍ରଭାରୀ ଅଜୟ କୁମାର ମଧ୍ୟ ପହଂଚି ସ୍ବର୍ଗତ ଶ୍ରୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ପରେ କଂଗ୍ରେସ ଦଳର କର୍ମକର୍ତ୍ତାମାନେ ପ୍ରଭାରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏଥିରେ ପୃର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, କିଶୋର ପଟେଲ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହନୀପତି, ଦାଶରଥି ଗମାଙ୍ଗ, ଅଧୀରାଜ ପାଣିଗ୍ରାହୀ, ସାଂସଦ ସପ୍ତଗିରି ଉଲକା, ପୂର୍ଵତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ନକୁଳ ନାୟକ ପୂର୍ବତନ ବିଧାୟକ ଯଜ୍ଞଶ୍ୱର ବାବୁ , ଜୟରାମ ପାଙ୍ଗି, ବଳଭଦ୍ର ମାଝୀ, ରାଧାକାନ୍ତ ପଣ୍ଡା, ସତ୍ୟ ଭୂଷଣ ସାହୁ, ଭୁଜବଳ ମାଝୀ, ଡ଼. ଲିପିକା ମାଝୀ, ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ପିସିସି ମହିଳା ସଭାନେତ୍ରୀ ବନ୍ଦିତା ପରିଡା, କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର, ବିଜେପି ନେତା ମହେନ୍ଦ୍ର ଠାକୁର, ଗୋପାଳଜୀ ପାଣିଗ୍ରାହୀ, ବିଜେଡି ନେତା ଅର୍କଶ ନାରାୟଣ ସିଂ ଦେଓ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଙ୍କ ସମେତ ବହୁ ବରିଷ୍ଠ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ l ଏହାକୁ ନେଇ କଂଗ୍ରେସ କର୍ମୀ ମହଲରେ ବେଶ ଉତ୍ସାହ ଦେଖାଯାଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.