ଭାଲୁ ଆକ୍ରମଣରେ ବୃଦ୍ଧ ଆହତ, ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଲୟ ସ୍ଥାନାନ୍ତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଧୋବେନଚଞ୍ଚରା ଗ୍ରାମ ରେ ଆଜି ସକାଳୁ ନିଜ ଚାଷ ଜମିକୁ ଯିବା ସମୟରେ ବୃଦ୍ଧକ ଙ୍କୁ ତିନୋଟି ଭାଲୁ ଆକ୍ରମଣ କରିଥିବା ଘଟଣା ସାମ୍ନା କୁ ଆସିଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ଧୋବେନଚଞ୍ଚରା ଗ୍ରାମ ର ନୀଳାମ୍ବର ପାତ୍ର, ଜଙ୍ଗଲ ପାଖ ରେ ଥିବା ନିଜ ଚାଷ ଜମିକୁ ଯାଇ କାମ କରୁଥିବା ବେଳେ, ହଟାତ ଦୁଇ ଛୁଆ ସହ ମା ଭାଲୁ ନୀଳାମ୍ବର ଙ୍କ ଉପରେ ଆକ୍ରମଣ କରିଥିଲେ l ପରେ ମା ଭାଲୁକୁ ନୀଳାମ୍ବର ହାତରେ ଧରିଥିବା ଟାଙ୍ଗୀଆ ସାହାଯ୍ୟରେ ରେ ପାଲଟା ଆକ୍ରମଣ କରିବାରୁ ଛାଡ଼ିକି ଜଙ୍ଗଲ କୁ ଦୌଡ଼ି ଚାଲି ଯାଇ ଥିଲେ |

ପରେ ଚାଷଜମି ପାଖରେ ଥିବା ପଡୋଶୀ ପରିବାର ଲୋକଙ୍କୁ ଖବର ଦେବାରୁ ପରିବାର ଲୋକେ ଘଟଣା ସ୍ଥଳ କୁ ଯାଇ ଏକ ଖଟିଆ ରେ ବୋହି ଆଣି ଥିଲେ l ଘଟଣା ସ୍ଥଳରେ ଆମପାଣି ବନ ବିଭାଗ କର୍ମଚାରୀ ପହଂଚି, ବୃଦ୍ଧକଙ୍କୁ ସଙ୍କଟାପନ୍ନ ଅବସ୍ଥା ରେ ଆମ୍ବୁଲାନ୍ସ ନ ଥିବାରୁ ଏକ ଘରୋଇ ଗାଡି ସହାୟତା ରେ, କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ | ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.