ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ଆଜି ଜୟ ଜଗନ୍ନାଥ ଯୁବକ ସଂଘ ଶେରଗଡ଼ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ ମନ୍ଦିର, ବଜାର ପଡିଆରେ ଓ ହାଇସ୍କୁଲ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଯାଇଛି। ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଗଢି ତୋଳିବାରେ ଶପଥ ପାଠ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଶେରଗଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ମିହିର କୁମାର ବେହେରା ସମାଜସେବୀ ସନତ କୁମାର ସାହୁ, ହେମନ୍ତ ସାହୁ, ଜୟ ଜଗନ୍ନାଥ ଯୁବକ ସଂଘର ସଭାପତି ସାନୁ ପ୍ରତାପ ଭୋଇ, ସମ୍ପାଦକ ବସନ୍ତ କୁମାର ଭୋଇ ସମେତ ସମସ୍ତ ଯୁବ ବର୍ଗ ଉପସ୍ଥିତ ରହି ସ୍ୱଚ୍ଛତା ଉପରେ ଯୁବ ଗୋଷ୍ଟି ମାନଙ୍କୁ ଭାଗିଦାରୀ, ସୁସ୍ଥ ସମାଜ ଗଠନ ପାଇଁ ଦେଇଥିବା ଗୁରୁତ୍ୱ ପୂର୍ଣ୍ଣ ମନ୍ତବ୍ୟ ଉପରେ ଆଲୋଚନା କରିଥିଲେ। ଶେଷରେ ଯୁବ କବି ଉଦୟନାଥ ଭୋଇ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ।