ଓଡ଼ିଆ ବାର୍ତ୍ତା/ ସଇଁତଲା: ସଇଁତଳା ବ୍ଲକ ଅନ୍ତର୍ଗତ ଖର୍ସେଲବାଞ୍ଜି କ୍ଳଷ୍ଟର ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖର୍ସେଲବାଞ୍ଜି ଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ୍ ସୁରଭି-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶମ୍ଭୁପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଇଁତଳା ଏବିଇଓ ନରେନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଯୁଗ ବଗର୍ତ୍ତୀ, ବିଜୟ କୁମାର ମାଝୀ, ମଧୁବନ ଭୋଇ, ତ୍ରିନାଥ କୁମୁରା, ଆର୍ତ୍ତତ୍ରାଣ ପଟେଲ, ବିଜୟ ସୁନା,ସଚ୍ଚିଦାନନ୍ଦ ନନ୍ଦ, ସାଲମି ଓରାମ, ସାଗରିକ ବଢିଆ , ଦୟା ସାଗର ପାଣ୍ଡେ, ସୁଶାନ୍ତ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ୧୦ ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କଣ୍ଠ ସଙ୍ଗୀତ, ପ୍ରବନ୍ଧ, କୁଇଜ୍, ଶ୍ରୁତଲିଖନ୍, ଚିତ୍ରାଙ୍କନ, ଦଳଗତ ସାଂସ୍କୃତିକ କାର୍ଯକ୍ରମ ପ୍ରଭୁତି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭିରେ ଯୋଗଦେବେ ବୋଲି ଜଣାପଡିଛି। ମଞ୍ଚ ପରିଚାଳନା କରିଥିଲେ କେଓମାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ଓ ବିକାଶ ପାତ୍ର। କାର୍ଯ୍ୟକ୍ରମ ଆୟୋଜନରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଖର୍ସେଲବାଞ୍ଜି ଗ୍ରାମବାସୀ ବୃନ୍ଦ ପ୍ରମୁଖ ସହାଯୋଗ କରିଥିଲେ।