ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଟାଉନ୍ ହଲ୍ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ୩୦୦ ରୁ ଅଧିକ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୋଗ କ୍ରୀୟା ହୋଇଥିଲା ଓ ପରେ ପରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁରଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ଦୟାମୟ ପାଢ଼ୀ, ରେଜିଷ୍ଟ୍ରାର ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପିତାମ୍ବର ଭୋଇଙ୍କ ସମେତ ଡ଼. ନିହାରେନ୍ଦ୍ର ପାଢ଼ୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କଳାହାଣ୍ଡି, ହଳଧର ନିଆଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କଳାହାଣ୍ଡି, ଶରତ ଚନ୍ଦ୍ର ନାୟକ, ସଭାପତି, ଓଡ଼ିଶା ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ସଂଘ, ଗଜେନ୍ଦ୍ର ପାଢ଼ୀ, ସଭାପତି, ବରିଷ୍ଠ ନାଗରିକ ସଂଘ ଓ ସନ୍ତୋଷ କୁମାର ରଥ, ସଭାପତି, ଅବସର ପ୍ରାପ୍ତ ବନ ବିଭାଗ କର୍ମଚାରୀ ସଂଘ ଆଦି ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମରେ ୧୦ ଜଣ ନୂତନ ମଧୁବାବୁ ଭତ୍ତା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସହ ୫୮ ଜଣ ଦିବ୍ୟାଙ୍ଗଙ୍କୁ ସ୍ଵୟଂ ନିୟୋଜନ ଉପକରଣ ଦିଆ ଯାଇଥିଲା। କାର୍ଯ୍ୟକ୍ରମରେ ଦୁଇ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।