କେସିଙ୍ଗା ବ୍ଲକ ଅଧକ୍ଷଙ୍କ ନାମରେ ପୁଣି କାମ ବିକ୍ରି ଅଭିଯୋଗ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କାମବିକ୍ରି, ଦୁର୍ନୀତି, ସରପଞ୍ଚ ମାନଙ୍କୁ ହଇରାଣ କରିବା, ସମିତି ବୈଠକ ୮ ମାସ ରେ ଥରେ ହେଉଥିବା, କୌଣସି କାମ ପାଇଁ କୌଣସି ସମିତିର ପରାମର୍ଶ ନେଉନଥିବା, ବ୍ଲକରେ ଅନେକ ଅବ୍ୟବସ୍ଥା ଥିବା ଭଳି ସଂଗୀନ ଅଭିଯୋଗ କେସିଙ୍ଗା ବ୍ଲକ ଅଧକ୍ଷ ଚନ୍ଦନ ସେନାପତିଙ୍କ ନାମରେ ବାରମ୍ବାର ଆସିବା ପରେ ଶେଷରେ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ୩୮ ଜଣ ସମିତି ସଭ୍ୟ/ସଭ୍ୟା ଏବଂ ସରପଞ୍ଚ l ଗତ ନଭେମ୍ବର ୧ ରେ ଅଧକ୍ଷଙ୍କ ଭୋଟ ହେବାର ଥିଲା କିନ୍ତୁ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସ୍ତ୍ରୀଙ୍କ ଦେହ ଖରାପ ଯୋଗୁ ନିର୍ବାଚନ ସ୍ଥଗିତ କରାଯାଇ ନଭେମ୍ବର ୧୮ କୁ ଘୁଞ୍ଚିଲା l ଏହା ଭିତରେ ତୁରଳାଖମନ ପଂଚାୟତ ର ୨ ଟି କାମକୁ ସିରଜାପାଲି ପଞ୍ଚାୟତର ଜଣକ ପାଖରେ ବିକ୍ରିକରିଥିବା ଏବଂ ବିନା ସୂଚନାଫଳକରେ କାମ ଆରମ୍ଭ କରୁଥିବା ଖବର ପାଇ ତୁରଳାଖମନ ସମିତି ସଭ୍ୟ ଟୁକୁ ଚନ୍ଦ୍ର ସାହୁ ପହଞ୍ଚି କାମ ବନ୍ଦ କରିଥିବା ଶୁଣିବାକୁ ମିଳୁଛି l ଯେଉଁ କାମ ବିକ୍ରି ଏବଂ ଦୁର୍ନୀତି ଯୋଗୁ ତାଙ୍କ ବିରୁଦ୍ଧରେ ଅନାସ୍ଥା ଆସିଛି ପୁଣି ସେହି କାମ ବିକ୍ରି କରୁଥିବା ଏବଂ ସେହି ପଞ୍ଚାୟତର ସମିତିଙ୍କ କାମକୁ ଅନ୍ୟ ପଞ୍ଚାୟତର ଜଣେ ଲୋକ ଆସି କରିବା ନେଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି l ସମିତି ମାନଙ୍କୁ ତାଙ୍କ ସାମ୍ଭିଧାନିକ ଅଧିକାରରୁ ବଂଚିତ କରି କୌଣସି ମିଟିଙ୍ଗ କରୁନଥିବା କି କୌଣସି ପରାମର୍ଶ ନେଉନଥିବାରୁ ଏହି ଅନାସ୍ଥା ଅଣାଯାଇଛି ବୋଲି ଟୁକୁ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି l ବାରମ୍ବାର ଦୁର୍ନୀତିରେ ଛନ୍ଦି ହୋଇଥିବା, ଅନ୍ୟାୟକୁ ପ୍ରଶୟ ଦେଉଥିବାରୁ ତାଙ୍କ ବିରୁଦ୍ଧରେ ୩୮ ଜଣ ସମିତି ଏବଂ ସରପଞ୍ଚ ଅନାସ୍ଥା ଆଣିଥିଲେ ମଧ୍ୟ ଏଭଳି ଦୁର୍ନୀତି ଖୋର ବ୍ୟକ୍ତିଙ୍କୁ କଳାହାଣ୍ଡିର କିଛି ନେତା ସହଯୋଗ କରୁଥିବାରୁ ସମିତି ଏବଂ ସରପଞ୍ଚ ଦୁଃଖ ପ୍ରକଟ କରିଛନ୍ତି l ଅନାସ୍ଥା ସାମ୍ଭିଧାନିକ ପଦ୍ଧତିରେ ଅଣା ଯାଇଛି କିନ୍ତୁ ଅସମ୍ବିଧାନିକ ଭାବେ ଅନାସ୍ଥାକୁ ଭଣ୍ଡୁର କରିବାକୁ କଳାହାଣ୍ଡିର କିଛି ନେତା ଏବଂ ପ୍ରଶାସନ ଚେଷ୍ଟା ଚଳାଇଥିବା କଶ୍ରୁପଡ଼ା ସରପଞ୍ଚଙ୍କ ଅନାସ୍ଥା ଏହାର ଜଳନ୍ତ ପ୍ରମାଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.