ସାଲେପଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର):‌ ନର୍ଲା ବ୍ଳକ ଅନ୍ତର୍ଗତ ବାଲିସିଙ୍ଗା ଗାମ ପଞ୍ଚାୟତ ଅଧିନସ୍ଥ ସାଲେପଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସଭାପତି ରଘୁମଣି ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବେ ସରପଞ୍ଚ ପୂଜାସାରୀନଭା ସ୍ବାଇଁ, ମୁଖ୍ଯ ବକ୍ତା ଭାବରେ ତେର୍ଲୋ ଉ:ପ୍ରା: ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ନାୟକ, ସମ୍ମାନିତ ଅତିଥି ଭାବରେ ନୂଆପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାହୁ, ବାଲିସିଙ୍ଗା ଉ:ପ୍ରା: ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶଙ୍କର ମାଝୀ,ଓ୍ବାର୍ଡ ମେମ୍ବର ବୈକୁଣ୍ଠ ସେଠୀ , ସାଲେପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ଦାଶ ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥିଗଣ ଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ସ୍ବାଗତ ସଂଗୀତ ଗାନ ପରେ ପ୍ରଧାନ ଶିକ୍ଷିକା ମଞ୍ଜୁଲତା ଦାଶ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ଯ ଅତିଥି ସରପଞ୍ଚ ମହୋଦୟା ବିଦ୍ୟାଳୟର ପ୍ରଶଂସା କରିବା ସହ ସହଯୋଗ କରିଥିବା ଅନେକ ଉନ୍ନୟନ ମୂଳକ କାମ ବିଷୟରେ ଉଲ୍ଲେଖ କରିଥିଲେ । ଶିଶୁର ଉନ୍ନତି ପାଇଁ ମାତା ପିତାଙ୍କ ଭୂମିକା ଏବଂ ବିଦ୍ୟାଳୟ ପ୍ରତି ସହଯୋଗ ମନୋଭାବ ସମ୍ବନ୍ଧରେ ଅତିଥିଗଣ ବକ୍ତବ୍ଯ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା । ଛାତ୍ରଛାତ୍ରୀମାନେ ଅନେକ ନୃତ୍ଯ ପରିବେଷଣ କରିଥିଲେ । ସମସ୍ତଙ୍କ ସହଯୋଗରେ ସଫଳତାର ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.