ବିଧାୟକଙ୍କୁ ଭେଟିଲେ ଜଳ ସାଥୀ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ କାମ କରୁଥିବା ଧର୍ମଗଡ଼ ସ୍ଥିତ ମହିଳା ଜଳ ସାଥୀମାନେ ବିଧାୟକ ସୁଧୀର ପଟ୍ଟଯୋଶୀଙ୍କୁ ଭେଟି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଦରମା ବୃଦ୍ଧି ଇପିଏଫଓ ଏବଂ ଇଏସ୍ଆଇ ଜମା ନୂତନ ଜଳ ଗ୍ରାହକ ସୃଷ୍ଠି କରିବା, ପ୍ରୋତ୍ସାହନ ରାଶି ବୃଦ୍ଧି ପ୍ରଭୂତି ଦାବି ରହିଛି। ବିଧାୟକ ଶ୍ରୀଯୁକ୍ତ ପଟ୍ଟଯୋଶୀ ଜଳ ସାଥୀମାନଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା‌ କରିବା ସହ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜଳସାଥୀ ମଧୁସ୍ୱରି ମହାନନ୍ଦ, ଲକ୍ଷ୍ମୀ ମହାନନ୍ଦ, ନାମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.