ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ କର୍ମେ ଗାଁ ମାଁ ତାରିଣୀ ପୀଠରେ ପାରମ୍ପରିକ ବିଧିବିଧାନ ଅନୁସାରେ ପଣା ସଂକ୍ରାନ୍ତି ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାରେ ଅଷ୍ଟ ପ୍ରହର ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟିକା ନର୍ଲା ମନୋରମା ମହାନ୍ତି ଏବଂ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦେଇଥିଲେ। ବିଧାୟିକା ଓ ବ୍ଲକ ଅଧ୍ୟକ୍ଷ ମାଁ ତାରିଣୀଙ୍କ ଦର୍ଶନ କରି କୃପା ଲାଭ କରିବା ସହିତ ଅଞ୍ଚଳ ନିମନ୍ତେ ଦେବୀଙ୍କ ନିକଟରେ ମଙ୍ଗଳ କାମନା କରିଥିଲେ।