କୃଶୁଡ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ଟିଟିଲାଗଡ,୨୦/୧୨:

ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୃଶୁଡ ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର କାର୍ଯ୍ୟାଳୟ ପ୍ରାଙ୍ଗଣ ଠାରେ ଗୁରୁବାର ଓଡିଶା ସରକାର ଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ଆମ ଗାଁ ଆମ ବିକାଶ ଯୋଜନାର ଉପ ଯୋଜନା ପିଠା ବା (ପିପୁଲ୍ସ ଇମ୍ପାୱାରମେଣ୍ଟ ଏନାବ୍ଲିଂ ଟ୍ରନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଙ୍ଗ ଅଫ ଓଡିଶା ଇନିସିଏଟିଭସ୍) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶୀମତୀ ସଭ୍ୟା ସାହୁ , ପଞ୍ଚାୟତ ନିର୍ବାହୀ ଅଧିକାରୀ କୈଲାସ ବେହେରା, ସ୍ଥାନୀୟ ସମିତି ସଭ୍ୟ, ବିଜୁ ଯୁବ ବାହିନୀ ସଭାପତି ମୁନ୍ନା ସାହୁ,ସମ୍ପାଦକ ଚକ୍ର ମାଝୀ ଓ କୋଷାଧ୍ୟକ୍ଷ ରଘୁ ସାହୁ ଉପସ୍ଥିତ ରହି ସରକାରୀ ଯୋଜନା ଗୁଡିକର ସ୍ବଚ୍ଛତା ବଜାୟ ରଖିବା ସହ ଲୋକଙ୍କୁ ସଶକ୍ତ କରିବା ଏବଂ ଆମ ଏଲଇଡି, ମିଶନ ଶକ୍ତି, ନିର୍ମାଣ ଶ୍ରମିକ ଯୋଜନା, ମଧୂବାବୁ ପେନସନ, କଳାକାର ଭତ୍ତା ଇତ୍ୟାଦି ଯୋଜନା ଗୁଡିକର ଲାଭ ସମସ୍ତ ଯୋଗ୍ୟ ହିତାଧିକାରୀ କିପରିଭାବେ ପାଇବେ ସେହି ବିଷୟରେ ସମସ୍ତ ଙ୍କୁ ଅବଗତ କରାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର, ଅଙ୍ଗନୱାଡି କର୍ମୀ, ଏସ୍.ଏଚ୍.ଜି ଗୃପ ର ମହିଳା ତଥା ପଞ୍ଚାୟତ ବାସୀ ଉପସ୍ଥିତ ରହି ପିଠା କାର୍ଯ୍ୟକ୍ରମ କୁ ସାଫଲ୍ଯ କରିଥିଲେ ।

ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ ଓଡିଆ ବାର୍ତ୍ତା odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.