କଳାହାଣ୍ଡି/କୋକସରା,୨୦/୨:
କୋକସରା ବ୍ଲକ ଅନ୍ତର୍ଗତ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ପରିସରରେ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ପିଠା ଯୋଜନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଗତି ସହାୟକ ଟିକେଲାଲ୍ କୁମ୍ଭାର ପ୍ରୋଗ୍ରାମ ଅଫିସର ଭାବରେ ଯୋଗଦେଇ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦ୍ବାରା ସମସ୍ତ ଜନସାଧାରଣ ସେମାନଙ୍କର ହକ୍ ପାଇପାରିବେ ଓ ତାହା ସହ କୈାଣସି କାର୍ଯ୍ୟକୁ ଅଧିକାରୀ ମାନେ ଠକି ପରିବେନାହିଁ ବୋଲି ନିଜ ବକ୍ତବ୍ୟରେ କହିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବଡପୋଡାଗୁଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜ ମୋହନ ଶବର, ପୁରୁଷ ସ୍ବାସ୍ଥ୍ୟ କର୍ମି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର କାଣ୍ଡ, ମହିଳା ସ୍ବାସ୍ଥ୍ୟ କର୍ମି ତିଲୋତ୍ତମା ମାଝୀ ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।
ଶିକ୍ଷକ ଇଶ୍ଵର ଦାସ, ଉପେନ୍ଦ୍ର ଚନ୍ଦ୍ର ରାଉତ, ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନାରାୟଣ ଧଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରସଂଶା କରିଥିଲେ। ଆଶା ଓ ଅଙ୍ଗନବାଡ଼ି କର୍ମୀ ସମେତ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ର କର୍ମକର୍ତ୍ତା ଯୋଗଦେଇ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିବାବେଳେ ନାଏବ ସରପଞ୍ଚ ଧନୁଦୁର୍ଗା ମଞ୍ଚ ପରିଚାଳନା କରୁଥିଲେ। ପରେ ୨୦ରୁଉର୍ଦ୍ଧ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।
Report by Jagadish Naik, Special Correspondent & Hiranya Behera, Koksara Correspondent odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube