କଳାକାର ଓ ଅତିଥି କଳାକାରଙ୍କ ଚିତ୍ତାକର୍ଷକ ନୃତ୍ୟରେ ଦୁଲୁକୁଛି ଚଇତି ମଂଚ

ଚଇତି ମହୋତ୍ସବର ଦ୍ୱିତୀୟ ଓ ତୃତୀୟ ରଜନୀରେ ୫୦ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ସମାଗମ

ରାୟଗଡ,୩୦/୧୨ : ସଂଧ୍ୟା ହେଲେ ପରିପୂର୍ଣ୍ଣ ହୋଇଯାଇଛି ଚଇତି ପଡିଆ । ହଜାର ହଜାର ଦର୍ଶକଙ୍କ ଗହଳଚହଳରେ ଅନୁଭୂତ ହେଉନି ଜାଡ । ସ୍ଥାନୀୟ କଳାକାର ଓ ଅତିଥି
କଳାକାରଙ୍କ ଚିତାକର୍ଷକ ନୃତ୍ୟରେ ଦୁଲୁକୁଛି ଚଇତି ମଂଚ । ରାୟଗଡ ଲୋକ ମହୋତ୍ସବ ଚଇତି’ର ଦ୍ୱିତୀୟ ଓ ତୃତୀୟ ରଜନୀରେ ୫୦ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ସମାଗମ ହୋଇଥିଲା । ତୃତୀୟ ସଂନ୍ଧ୍ୟାର କାର୍ଯ୍ୟକ୍ରମ ପୂର୍ବରୁ ଚଇତି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ମନ୍ଥର ସାଇକେଲ ଚାଳନା, ଦିବ୍ୟାଙ୍ଗଙ୍କ ତିନିଚକିଆ ସାଇକେଲ ଚାଳନା, ତୀରନ୍ଦାଜ, କବାଡି, ଭଲିବଲ,
ବାସ୍କେଟବଲ, କ୍ରିକେଟ, ପାୱାର ଲିଫଟିଙ୍ଗ, ୱେଇଟ୍ ଲିଫଟିଙ୍ଗ, ବଡି ବିଲଡିଙ୍ଗ ଏବଂ ରଶି ଝିକା ପ୍ରତିଯୋଗିତାରେ କୃତୀ ଲାଭ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ପ୍ରମୋଦ କୁମାର
ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ମଂଚରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ସ୍ଥାନୀୟ ଆଜାଦ ହିନ୍ଦ ୟୁଥ ଆସୋସିଏସନ୍ର କଳାକାରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାହିତ୍ୟକ ଡମ୍ବୁରୁଧର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଇତି ମହୋତ୍ସବ କଳା, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିବା ସହ ଏକ ଭାଇଚାରାର ବାର୍ତାବାହାକ ହୋଇପାରିଛି ବୋଲି ପ୍ରକାଶ କରଥିଲେ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଇ-ମାର୍ଟ ଭୁବନେଶ୍ୱରର କଳାକାରମାନଙ୍କ ଦ୍ୱାରା ଓଡଶୀ, ପାର୍ସାଲିର ଡିକେଡିଏ ସଂସ୍ଥା ଦ୍ୱାରା ପାରମ୍ପରିକ ନୃତ୍ୟ, ଆଦିବାସୀ ନୃତ୍ୟ, ବିଶାଖାପାଟଣାମର କୁଚିପୁଡି, ଗୁଣପୁର,ପଦ୍ମପୁର ବ୍ଳକ କଳା ସଂସ୍କୃତି ପରିଷଦ ଦ୍ୱାରା ପାରମ୍ପରିକ ନୃତ୍ୟ ଲୋକଙ୍କୁ ଉପଭୋଗ କରିବା ପାଇଁ ବାନ୍ଧି ରଖିଥିବା ବେଳେ ହାଇଦ୍ରାବାଦରୁ ଆସିଥିବା ପ୍ରଖ୍ୟାତ ହାସ୍ୟ କଳାକାର ଉଦୟ କିରଣ, ବୁଲେଟ ଭାସ୍କର ଓ ସୁନାମୀ ସୁଧାକର ହାସ୍ୟ ଅଭିନୟରେ ଉପସ୍ଥିତ ହଜାର ହଜାର ଦର୍ଶକ ହସି ହସି ବେଦମ ହୋଇଯାଇଥିଲେ । ସେହିପରି ପୁରୁଲିଆ ଛଉ ନୃତ୍ୟ, ଶ୍ରୀଲଙ୍କାର ପାରମ୍ପରିକ ନୃତ୍ୟ ଦର୍ଶକଙ୍କୁ ମନମୁଗ୍ଧ କରିପାରିଥିଲା । ରାୟଗଡ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ.ସର୍ବଣା ବିବେକ ଏମ., ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗୁଣପୁର ଉପଜିଲ୍ଳାପାଳ ବି.ସିଦେ୍ଧଶ୍ୱର ବଳିରାମ, ରାୟଗଡ ପିଏ-ଆଇଟିଡିଏ ଟୁକୁ ବାରିକ, ଗୁଣପୁର ପିଏ-ଆଇଟିଡିଏ ଗୈାରାଚାନ୍ଦ ଗମାଙ୍ଗ, ଜିଲ୍ଳା ସଂସ୍କୃତି ଅଧିକାରୀ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳଙ୍କ ସମେତ ଜିଲ୍ଳାସ୍ତରୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଦ୍ୱିତୀୟ ସଂଧ୍ୟାରେ ଓଡିଶା ସରକାରଙ୍କ ଇସ୍ପାତ ଓ ଖଣି
ତଥା ପୂର୍ତ ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଳ କୁମାର ମଲ୍ଳିକ ଯୋଗ ଦେଇଥିଲେ । ଦୃଷ୍ଟିବାଧିତ କ୍ରିକେଟ କୋଚ ଚନ୍ଦ୍ରଶେଖର ପଟ୍ଟନାୟକ, ଖମ୍ବେସୀର ସମାଜସେବୀ ଶ୍ରୀମତି ସାନ୍ତୁନୁ ମହାପାତ୍ର ଓ କାଶୀପୁରର ବୃକ୍ଷବନ୍ଧୁ ଭାବେ ପରିଚିତ ମୂରଲୀ ଗଉଡଙ୍କୁ ଚଇତି ସମ୍ମାନ-୨୦୧୯ରେ ସମ୍ମାନୀତ କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.