ବଲାଙ୍ଗିର,୩୦/୧୨ : ପଟଣାଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗସାଗର ଗ୍ରାମର ନବୀନ ମେହେର ନାମକ ଜଣେ ବ୍ୟକ୍ତିଙ୍କୁ ଘରକୁ ଗତ ରାତିରେ କିଛି ଦୁର୍ବୁର୍ତ୍ତ ମୁଖା ପିନ୍ଧି ଯାଇ ଡାକିଥିଲେ । ପରେ ତାଙ୍କୁ ବନ୍ଧୁକ ଦେଖାଇ ଗାଳି ଗୁଲଜ କରି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିଟି ନବୀନଙ୍କ ବମହାତରେ ମାଡ଼ ହୋଇଛି। କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଏବଂ ପୋଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଛି ।
ବଲାଂଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
___________________________________________