ବାଲେଶ୍ୱରର ପ୍ରାଚୀନ ନାମ ଥିଲା କୋଶମ୍ବ : ଏଣିକି ସେଇ ନାମରେ ନୂଆ ବାଲେଶ୍ୱରରେ ହେବ କୋଶମ୍ବ ମେଳା

● ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବାରିପଦା, ନୀଳଗିରି ଓ କପ୍ତିପଦା ରାଜପରିବାରର ଶୋଭାଯାତ୍ରା
●ଲୋକକଳାର ପ୍ରୋତ୍ସାହନ ପାଇଁ ଢୋଲ ବାଜାର ହେବ ପ୍ରତିଯୋଗିତା

ବାଲେଶ୍ୱର, ୨୧/୧(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ବାଲେଶ୍ୱର ଉପକଣ୍ଠସ୍ଥ ଭୀମପୁରା ଓ ଗଣେଶ୍ୱରପୁର ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ହୋଇଛି ନୂଅା ବାଲେଶ୍ୱର ଗଣେଶ୍ୱରପୁର ପାଣିପମ୍ପ ନିକଟସ୍ଥ ପଡିଅାରେ ଚଳିତ ବର୍ଷ ସରସ୍ବତୀ ପୂଜା ଅବସରରେ କୋଶମ୍ବ ମେଳା ଅାୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭଗବାନଦାସ ଖଣ୍ଡେଲଓ୍ୱାଲ୍ ସଭାପତିତ୍ୱ କରିଥିଲେ ଏହି କୋଶମ୍ବ ମେଳା ଅାୟୋଜନ କରିବା ପାଇଁ କୋଶମ୍ବ ଉନ୍ନୟନ ପରିଷଦ ଗଢାଯାଇ ଭଗବାନଦାସ ଖଣ୍ଡେଲଓ୍ୱାଲ୍ଙ୍କୁ ଅଧ୍ୟକ୍ଷ କରାଯାଇଛି ଏହାଛଡ଼ା ଡ. ପ୍ରଫୁଲ୍ଲ କୁମାର ମହାନ୍ତି ଓ ପ୍ରଦୀପ୍ତ ଦାସ ଉପସଭାପତି, ଶିଳ୍ପୀ କେଶୁଦାସ ସମ୍ପାଦକ, ଜୟକୃଷ୍ଣ ସାହୁ ସହ ସଂପାଦକ ଓ କୋଷାଧ୍ୟକ୍ଷ ଭାବେ ବଳଭଦ୍ର ସତପଥୀ ମନୋନୀତ ହୋଇଛନ୍ତି। ପ୍ରଥମ କରି ଅାୟୋଜନ କରାଯାଉଥିବା ଏହି କୋଶମ୍ବ ମେଳା ଗଣେଶ୍ୱରପୁର ପାଣି ପମ୍ପ ନିକଟସ୍ଥ ପଡିଅାରେ ୩୦ ତାରିଖ ସରସ୍ବତୀ ପୂଜା ଦିନ ଉଦ୍ଘାଟିତ ହୋଇ ୩୧ ତାରିଖରେ ଉଦ୍ଯାପିପିତ ହେବ। ପ୍ରଥମ ଦିନ ଓଡିଶାର ଜ୍ଞାନ ଓ ବିଦ୍ୟାର ଜିଲ୍ଲା ବାଲେଶ୍ୱରରେ ଏକ ଅାକର୍ଷଣୀୟ ସରସ୍ବତୀ ପୂଜା ହେବା ସହ ସ୍ଥାନୀୟ ଛାତ୍ରଛାତ୍ରମାନଙ୍କ ମଧ୍ୟରେ ନୃତ୍ୟ ଓ ଗୀତର ପ୍ରତିଯୋଗିତା, ଓଡିଶାର ସୁନାମଧନ୍ୟ ବ୍ୟଙ୍ଗ କବିମାନଙ୍କର ବ୍ୟଙ୍ଗ କବିତା ଅାସର ଓ ପାଲା ପରିବେଷଣ କରାଯିବ। ଦ୍ୱିତୀୟ ଦିନରେ ଓଡିଶାରେ ପ୍ରଥମ ଥର ପାଇଁ ପାରମ୍ପରିକ ଢୋଲ ବାଜା ପ୍ରତିଯୋଗିତା କରାଯିବା ସହ ବାରିପଦା, ନୀଳଗିରି ଓ କପ୍ତିପଦା ରାଜପରିବାରର ଏକ ଅାକର୍ଷଣୀୟ ଶୋଭାଯାତ୍ରା ରେମୁଣା ଗୋଲେଇରୁ ସଭାସ୍ଥଳ ପଯର୍ୟନ୍ତ ଅାୟୋଜନ କରାଯିବ। ଦୁଇ ଦିନିଅା ଏହି ମେଳାକୁ ଅାକର୍ଷଣୀୟ ସାଜସଜ୍ଜା କରିବା ସହ କୋଶମ୍ବ ରାଜାବେଶ ପ୍ରତିଯୋଗିତା, ଯାତ୍ରା ଅଭିନେତା ଓ ଗାୟକଗାୟିକାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ବୈଠକରେ ଡ. କରୁଣାକର ରାଉଳ, ବଳରାମ ଜେନା, ରେମୁଣା ବ୍ଳକ ଅଧ୍ୟକ୍ଷ ଶାନ୍ତନୁ ପଟ୍ଟନାୟକ, ଗଣେଶ୍ୱରପୁର ସରପଂଚ ସୀତାଞ୍ଜଳି ଗିରି, ଭୀମପୁରା ସରପଞ୍ଚ ଦେବେଶ ରଞ୍ଜନ ପରମାଣିକ, ହରିହର ବାସ, ମୁରଲୀଧର ଦାସ, ରାମଚନ୍ଦ୍ର ମାଝି, ବିଶ୍ୱନାଥ ରଣା, ଜିତେନ୍ଦ୍ର ନାୟକ, ସହ୍ନିତା ଦାସ, ଦମୟନ୍ତୀ ବାଗ,ଇଂ ଅଶୋକ ସେଠୀ, ଅମର ଜ୍ୟୋତି ପ୍ରଧାନ, ଅଶୋକ ମହାପାତ୍ର,ପ୍ରଫୁଲ୍ଲ ସାହୁ, ଉଦ୍ଧବ ଦାସ, ଉଦୟ ଜେନା, ଗୌରହରି ନାୟକ, ବିଜୟ ଅାଚାଯର୍ୟ, ରତିକାନ୍ତ ବେହେରା, ନିତ୍ୟାନନ୍ଦ ପ୍ରଧାନ, ଚୈତନ୍ୟ ପଡିହାରୀ, ଦେବାଶିଷ ରାଉଳ, ପି କେ ସାହୁ, ବୁଧିରାମ ସିଂ ପ୍ରମୁଖ ଉପସ୍ଥିତ ରହି ସୁପରାମର୍ଶ ଦେବା ସହ ପରିଷଦର ଉପଦେଷ୍ଟା, ପରିଚାଳନା କମିଟି, ଅଭ୍ୟର୍ଥନା କମିଟି ଇତ୍ୟାଦିର ଦାୟିତ୍ୱ ନେଇଛନ୍ତି।

ପ୍ରକାଶ ଥାଉ କି ବାଲେଶ୍ୱର ଗେଜେଟିୟର୍ ଅନୁସାରେ ବାଲେଶ୍ୱରର ପୁରାତନ ନାମ ଥିଲା ‘କୋଶମ୍ବ’। ବିଶିଷ୍ଟ ଗବେଷକ ୰ ହରିଶ୍ଚନ୍ଦ୍ର ସରକାର ବାଲେଶ୍ୱରକୁ ପୂର୍ବ ମତ୍ସ ଦେଶ ଏବଂ ମଣିପୁରର ଅଂଶ ଭାବେ ବର୍ଣ୍ଣନା କରିଛନ୍ତି। ଅାଧୁନିକ ବାଲେଶ୍ୱରର ଅବସ୍ଥିତି ସହ ଦ୍ୱିତୀୟ ଶତାବ୍ଦୀର ଗ୍ରୀକ୍ ବିଦ୍ୱାନ ଟଲେମୀଙ୍କ ଭୌଗୋଳିକ ମାନଚିତ୍ର ମିଳାଇଲେ, ସେଠାରେ କୋଶମ୍ବ ନାମକ ନଗର ପରିଦୃଷ୍ଟ ହୋଇଥାଏ ା ପରବର୍ତ୍ତୀ ପଯର୍ୟାୟରେ କନିଂହାମ ଓ ମ୍ୟାକ୍ କ୍ରିଣ୍ଡଲ ଦ୍ୱୟ ଏହି କୋଶମ୍ବ ନଗରକୁ ‘ବାଲେଶ୍ୱର’ ବୋଲି ବିଚାର କରିଛନ୍ତି। ଏହି ନାମକୁ ପ୍ରତିଷ୍ଠିତ କରିବା ପାଇଁ ୨୦୦୯ ମସିହାରେ ତତ୍କାଳୀନ ବାଲେଶ୍ୱରର ଜିଲ୍ଲାପାଳ ଡ. ଅଲେଖ ଚନ୍ଦ୍ର ପଢ଼ଇାରୀ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଅାୟୋଜିତ ବାଲେଶ୍ୱର ଜିଲ୍ଲା ମହୋତ୍ସବର ନାମ ପରିବର୍ତନ କରି କୋଶମ୍ବ ମହୋତ୍ସବ ରଖି ବାଲେଶ୍ୱରର ମୁଖ୍ୟ ମେଳା ଭାବରେ ଅୟୋଜନ କରିଥିଲେ। ତତ୍ ସଙ୍ଗେ ‘କୋଶମ୍ବିକା’ ନାମରେ ଏକ ମୁଖପତ୍ର ପ୍ରକାଶ କରିଥିଲେ।

ନିକଟ ଭବିଷ୍ୟତରେ ବାଲେଶ୍ୱର ମ୍ୟୁନିସିପାଲିଟି ସଂପ୍ରସାରିତ ହେବ। ସେଥିରେ ହରିପୁର, ମଙ୍ଗଳପୁର, ଭୀମପୁରା, ଗଣେଶ୍ୱରପୁର ଓ ସରସ୍ବତୀପୁର ଗ୍ରାମ ପଂଚାୟତର ଅଧିକାଂଶ ଅଂଚଳ ସାମିଲ ହୋଇ ଏକ ‘ନୂଅା ବାଲେଶ୍ୱର’ ପ୍ରତିଷ୍ଠିତ ହେବ। ଏହି ଗ୍ରାମ ପଂଚାୟତ ସବୁ ବାଲେଶ୍ୱରର ସାମଗ୍ରିକ ବିକାଶଶୀଳ ଅଂଚଳ ଭାବରେ ନିଜର ସ୍ଥିତି ଜାହିର କରି ରଖିଛି। ପୂର୍ବରେ ସଦର ମହକୁମା ବାଲେଶ୍ୱର ସହର ଓ ପଶ୍ଚିମରେ ଐତିହ୍ୟର ସହର ରେମୁଣାର କେନ୍ଦ୍ରସ୍ଥଳୀ। ଏହି ଅଂଚଳ ବାଲେଶ୍ୱରର ସାମଗ୍ରିକ ବିକାଶ ଧାରାର ସମ୍ଭାବ୍ୟ ପ୍ରାଣକେନ୍ଦ୍ର। ଏହି ଅଂଚଳର ବୁଦ୍ଧିଜୀବୀ, ସମାଜସବେୀ, ସଂଗଠକ, ସଚେତକ ତଥା ସାଧାରଣ ଲୋକ ମିଳିତ ହୋଇ ସାମଗ୍ରିକ ଭାବେ ବିକାଶ ଧାରାକୁ ଅାଗେଇ ନେବା ମଧ୍ୟ ସଂକଳ୍ପବଦ୍ଧ। ଏହି ସବୁକୁ ନଜର କରି ଏ ଅଂଚଳର ଜନ ସାଧାରଣଙ୍କ ସର୍ବସମ୍ମତି କ୍ରମେ ଏକ ଅନୁଷ୍ଠାନ ଅାବଶ୍ୟକତା ପଡିବାରୁ ନୂତନ ଅନୁଷ୍ଠାନ କୋଶମ୍ବ ଉନ୍ନୟନ ପରିଷଦ ନାମରେ ଗଢା ଯାଇଥିବା ପ୍ରକାଶ।


ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.