ଉପାନ୍ତ ଅଞ୍ଚଳରେ ମନଇଚ୍ଛା ଡିଉଟି କରୁଛନ୍ତି ଶିକ୍ଷକ, ପିଲାଙ୍କ ଭବିଷ୍ୟତ କଥା ପଚାରେ କିଏ

କୋକସରା,୨୧/୧ : କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗରେ ଥିବା ଉପାନ୍ତ ଅଞ୍ଚଳର ବିଦ୍ୟାଳୟ ଗୁଡିକରେ ଠିକ୍ ଭାବରେ ଶିକ୍ଷକ ମାନେ ନିଜର ଡିଉଟି କରୁନଥିବା ବେଳେ ଶିକ୍ଷା ବିଭାଗ ପାଖରେ ଖବର ରହୁନାହିଁ । ମାସକୁ ମାସ ସରକାରଙ୍କ ଠାରୁ ଦରମା ନେବାରେ କେବେ ଶିକ୍ଷକ ମାନେ ଖିଲାପ କରୁନାହାନ୍ତି । କିନ୍ତୁ ଶିକ୍ଷକ ମାନେ ମନଇଛା ଡିଉଟି କରି ଦୈନିକ ନିଜର ଡିଉଟି ଠିକ୍ ଭାବରେ କରୁନାହାଁନ୍ତି । ଫଳରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ସେତିକି ଭାବରେ ବିକଶିତ ହୋଇପାରୁ ନାହିଁ । କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଦର୍ଲିପଡା କ୍ଲଷ୍ଟର ଅଧିନସ୍ଥ ଖଲିଗଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟଳରେ ଶିକ୍ଷକ ମାନେ ମନଇଚ୍ଛା ଡିଉଟି କରୁଥିବା ବିଭିନ୍ନ ସମୟରେ ଆଲୋଚନା ହେଉଥିଲା ।

ଏହାର ସ୍ଥିତି ପରଖିବା ପାଇଁ ମଙ୍ଗଲବାର ଦିନ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଅଚାନକ ଭାବରେ ସ୍କୁଲ ପରିଦର୍ଶନ କରିଥିଲେ । ହେଲେ ଉକ୍ତ ବିଦ୍ୟାଳରେ ସମୁଦାୟ ୧୩୮ ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬ ଜଣ ଶିକ୍ଷକ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ କହିଥିଲେ । କିନ୍ତୁ ମଙ୍ଗଳବାର ଦିନ ୬ ଜଣ ଶିକ୍ଷକ ବଦଲରେ ପ୍ରଧାନ ଶିକ୍ଷକ ସମେତ ୨ ଜଣ ସହ ଶିକ୍ଷକ ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷେ ୩ ଜଣ ଶିକ୍ଷକ କୁଆଡେ ଗଲେ ବୋଲି ପ୍ରଶ୍ନ କରିବାରୁ ଛୁଟିରେ ଯାଇଛନ୍ତି ବୋଲି କହିଥିଲେ । ହେଲେ ଲିଖିତ ଦରଖାସ୍ତ ଦେଖାଇବା ପାଇଁ କହିବାରୁ ଜଣେ ଶିକ୍ଷକଙ୍କ ୨୦ ତାରିଖର ଦରଖାସ୍ତ ଦେଖେଇ ପାରିଥିଲେ । ତେବେ ଅନ୍ୟ ୨ ଜଣ ଶିକ୍ଷକଙ୍କ ଛୁଟି ଦରଖାସ୍ତ ମାଗିବାରୁ ଦେଖାଇ ପାରିନଥିଲେ । ଏ ବିଷୟରେ ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ଜଣା ଯାଇଛି କି ବୋଲି ପଚାରୀବାରୁ ପ୍ରଧାନ ଶିକ୍ଷକ ଶ୍ରୀ ମାଝୀ ଏବେ ମୁଁ ଜଣାଇଦେବି ବୋଲି କହିଥିଲେ । 

ଏହି ବିଦ୍ୟାଳୟର ଶିକ୍ଷକ ମାନେ ଏଭଲି ଅବହେଲା କରୁଥିବା ଅଭିଭାବକ ମାନେ ଶିକ୍ଷାବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା କହୁଛନ୍ତି । ଏନେଇ ସିଆରସିସି ସୁବାଶ ବାଗଙ୍କୁ ପଚାରୀବାରୁ ଏ ବିଶୟରେ ମୋ ପାଖରେ ଖବର ନାହିଁ, କିନ୍ତୁ ପୂର୍ବରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସେମାନଙ୍କ ବିଶୟରେ ଅବଗତ କରିସାରିଛି ବୋଲି କହିଥିଲେ । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ସଂଜିବ ସିଂଙ୍କୁ ପଚାରୀବାରୁ ମୁଁ ଖବର ପାଇ ସାରିଛି ବୋଲି କହିଥିଲେ । ତେବେ ଦେଖାଯାଉ ଆଗାମି ଦିନରେ ଏହି ଶିକ୍ଷକ ମାନଙ୍କ ଉପରେ ଶିକ୍ଷା ବିଭାଗ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.