କଳାହାଣ୍ଡି: ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ଅଲାତରାଠାରେ ପ୍ରସିଦ୍ଧ ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ଯେକ ବର୍ଷ ପୌଷମାସ ଶୁକ୍ଳପକ୍ଷ ପ୍ରଥମ ବୁଧବାର ଦିନ ଏହି ଯାତ୍ରା ଆୟୋଜିତ ହୋଇଥାଏ। ସୁନାମୁଖୀ ବୁଢାଙ୍କ ଠାରେ ସେମି (ଶିମ୍ବ) ଅର୍ପଣ କଲାପରେ ହିଁ ଏହି ଅଞ୍ଚଳବାସୀ ଶିମ୍ବ ଭକ୍ଷଣ କରିବାର ପରମ୍ପରା ରହିଛି।
ଶ୍ରଦ୍ଧାଳୁ ଭକ୍ତମାନେ ନିଜର ମାନସିକ କାମନା କରି ଦେବୀଙ୍କଠାରେ ପୋଢ, ବୁକା, ଗରରା, କୁକୁଡ଼ା, ନଡ଼ିଆ ଆଦି ଅର୍ପଣ କରିଥିଲେ ।ବଳି ଯୋଗୁଁ ପୀଠ ରକ୍ତରଞ୍ଜିତ ହୋଇଥିଲା। ଯାତ୍ରା ପଡିଆ ପରିସରରେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା। ରାତିରେ ଗ୍ରାମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
For latest news & updates, click on bell button and subscribe to notifications.