ବିଦ୍ୟୁତ ଟାଓ୍ବାର ଉପରେ ଫାଶି ଲଗାଇ ମୃତ୍ୟୁବରଣ କରିଥିବା ଯୁବକର ଶବ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଗୋଇଲକଣା ଗ୍ରାମ ନିକଟ ଏକ ବିଦ୍ୟୁତ୍ ଟାଓ୍ବାର ଉପରେ ଜଣେ ଯୁବକର ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଖବରରୁ ପ୍ରକାଶ ଯେ ଗୋଇଲକଣା ଗାଁ ନିକଟ ଦେଇ ଯାଇଥିବା ଏକ ବିଦ୍ୟୁତ୍ ଟାୱାର ଉପର କୁ କେହି ଅଜଣା ଯୁବକ ଚଢି ଟାୱାରା ଶିର୍ଷ ଭାଗରେ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଛି । ମଙ୍ଗଳବାର ଦିନ ଅପରାହ୍ନରେ ଗୋଲକଣାର କିଛି ଯୁବକ ଟାୱାର ଉପରେ କେହି ରଶିରେ ଝୁଲୁଥିବା ଦେଖି ବିଷମକଟକ ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ବିଷମକଟକ ପୋଲିସ ଏବଂ ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଁଚିଥିଲେ ।  ଘଟଣା ଟି ୪ ରୁ ୫ ଦିନ ପୂର୍ବ ର ବୋଲି ପୋଲିସ ଅନୁମାନ କରୁଛି । ହାଇ ଭୋଲଟେଜ୍ ବିଦ୍ୟୁତ୍ ଯୋଗୁଁ ଶବଟି ସଂପୂର୍ଣ୍ଣ କଳା ହୋଇ ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.