ବନବାସୀ କଲ୍ୟାଣ ଆଶ୍ରମରେ ଅନୁଷ୍ଠିତ ହେଲା ସତସଙ୍ଗ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ଗାଁର ଆମ୍ବପାଲି ଠାରେ ବନବାସୀଙ୍କ ଉନ୍ନତି ପାଇଁ ସମର୍ପିତ ଅଖିଳ ଭାରତୀୟ ସ୍ତରର ସଂଗଠନ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ସତସଙ୍ଗ କାର୍ଯ୍ୟକ୍ରମ ମଙ୍ଗଳବାର ରାତିରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡ଼ିଶା ରାଜ୍ୟ ଶ୍ରଦ୍ଧା ଜାଗରଣ ପ୍ରମୁଖ ବିଦ୍ୟାଧର ମହନ୍ତ ଯୋଗଦେଇ ପ୍ରବଚନ ପ୍ରଦାନ କରିଥିଲେ | ବଲାଙ୍ଗୀର ଜିଲ୍ଲା ଶ୍ରଦ୍ଧା ଜାଗରଣ ପ୍ରମୁଖ ରସରାଜ ବୁଡ଼େକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | ଚୋରମରା ଗ୍ରାମରେ ବିଭୀଷଣ ମାଝୀଙ୍କ ଅଧ୍ୟକ୍ଷତାରେ ତଥା ମାକ୍ରୀ ଗ୍ରାମରେ ରୀତା ମାଝୀଙ୍କ ସଂଯୋଜନାରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରବଚନ ଶ୍ରବଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.