ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ସ୍ଥାନୀୟ ସ୍ରଷ୍ଟା ନାଟ୍ୟାଳୟରେ ପବିତ୍ର ଗୁରୁଦିବସ ଉପଲକ୍ଷେ ‘ସହଜ ଓ ସରଳ ବିଜ୍ଞାନ ଅବବୋଧରେ ମାତୃଭାଷାର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କରୁଣାକର ସ, ବିଜ୍ଞାନ ଶିକ୍ଷକ ପଦ୍ମଲୋଚନ ପ୍ରଧାନ, ଟାଉନ ହାଇସ୍କୁଲର ଦଶମଶ୍ରେଣୀ ଛାତ୍ରୀ ଧାର୍ମିକା ତୁଳସୀ ରଣା ଓ ବାଲେଶ୍ଵର ଜିଲ୍ଲାସ୍କୁଲର ନବମ ଶ୍ରେଣୀ ଛାତ୍ରୀ ପ୍ରେୟାଂଶି ବେହେରା ଅତିଥି ବକ୍ତା ଭାବେ ଯୋଗ ଦେଇ କହିଲେ ଯେ ବିଜ୍ଞାନ ହେଉଛି ଆମ ଚାରିପାଖ ଦୁନିଆକୁ ବୁଝିବାକୁ ଏକ ବ୍ୟବସ୍ଥିତ ପ୍ରୟାସ। ବିଜ୍ଞାନକୁ ଯଦି ଆମେ ମାତୃଭାଷାରେ ଠିକ ଭାବେ ବୁଝିପାରିବା, ତେବେ ଗୋଟିଏ ପିଢ଼ିର ଅନୁଭବକୁ ଅନ୍ୟ ଏକ ପିଢ଼ି ପର୍ଯ୍ୟନ୍ତ ଟାଣିନେବା ସହଜସାଧ୍ଯ ହେବ। ସଭା ପ୍ରାରମ୍ଭରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ସଂଗୀତକୁ କଲ୍ୟାଣୀ ନନ୍ଦଙ୍କ ସ୍ୱର ସଂଯୋଜନାରେ ସମବେତ କଣ୍ଠରେ ଗାନ କରିଥିଲେ ପୁଷ୍ପଲତା ଚକ୍ରବର୍ତ୍ତୀ, ତୃପ୍ତିରାଣୀ ପାତ୍ର, ବାସନ୍ତୀ ଦେ, ଅବନ୍ତୀ ପ୍ରଧାନ, ସଙ୍ଗୀତା ରଥ, ଅର୍ଚ୍ଚନା କର ଓ କମଳିନୀ ଦାସ। ଅନୁଷ୍ଠାନର ସଦସ୍ୟମାନଙ୍କର ଏକ ଗ୍ରୁପ୍ ଫଟୋକୁ ବରିଷ୍ଠ ସଦସ୍ୟ ଶରତ କୁମାର ମହାପାତ୍ର ଅନାବରଣ କରିଥିଲେ। ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆବାହାନ କରିଥିବାବେଳେ ସଂଗଠନ ସଂପାଦକ ତପନ ରାୟ ପ୍ରାକ୍ବକ୍ତବ୍ୟ ରଖିଥିଲେ। ଶେଷରେ କୋଷାଧ୍ୟକ୍ଷ ଦୀପକ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଅରୁଣା ରାୟ, ନିବାରଣ ଜେନା, ଲକ୍ଷ୍ମଣ ଚରଣ ବିଶ୍ଵାଳ, ଲମ୍ବୋଦର ନାୟକ, ତପନ ପଣ୍ଡା, ବିଦ୍ୟାଧର ସାହୁ, ଊର୍ମିଳା ନାୟକ, ଉଦୟ ଶଙ୍କର ପରିଡ଼ା, କ୍ଷିତୀଶ୍ଵର ଦାଶ, ସୁରଜକାନ୍ତ ରଣା, ସୁଷମା ମହାପାତ୍ର, ଜ୍ୟୋତ୍ସ୍ନା ରାୟ, ମମତା ମହାନ୍ତି, ପ୍ରଭାକର ସାହୁ, ଗଗନ ସେଠୀ, ସଂଜୟ ପଣ୍ଡା, ଭାସ୍କର ମିଶ୍ର, ଦେବାଶିଷ ଜେନା, ସମରବଲ୍ଲଭ ଭୋଇ, ରମାକାନ୍ତ ମହାନ୍ତି, ପଦ୍ମା ବେହେରା, ଶାନ୍ତି ବିଶି, ପ୍ରଫୁଲ୍ଲ କୁମାର ଦାସ, ପ୍ରତିମା ପଣ୍ଡା, ବେଣୁଧର ସାହୁ, ମଧୁସୂଦନ ମାଝୀ, ଅନନ୍ତ କୁମାର ଦାସ, ତୃପ୍ତିରାଣୀ ପାତ୍ର, ସଂଜୀବ ଜେନା, ଦେବାଶିଷ ସିଂହ, ସୁବ୍ରତା ମହାନ୍ତି ଓ ଅର୍ଚ୍ଚନା ନନ୍ଦୀ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।





