ଓଡ଼ିଆ ବାର୍ତ୍ତା/ ସଇଁତଲା/ ବଲାଙ୍ଗୀର (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ପେଲେସ ଲାଇନ ଶାନ୍ତି ମାର୍ଗ ସ୍ଥିତ ନିର୍ମାଣାଧୀନ ସିଦ୍ଧିବିନାୟକ ମନ୍ଦିରର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି। ପୁରୋହିତ ରାଜୀବ ଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିକାଶ ନନ୍ଦ, ଭାରତୀ ନନ୍ଦ, ପ୍ରକାଶଚନ୍ଦ୍ର ବହିଦାର, ନିରୁପମା ବହିଦାର, ପ୍ରଦୀପ ଚୋପଦାର, ଲତା ଚୋପଦାର, ଶୁଭମ ସାହୁ, ଅଭିପ୍ସା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଆସନ୍ତା ୧୨, ୧୩, ୧୪ ତାରିଖ ତିନି ଦିନ ବ୍ୟାପି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ମଧୁ ବୈଶ୍ୟ ସମାଜ କର୍ମକର୍ତ୍ତାଙ୍କ ସୂତ୍ରରୁ ପ୍ରକାଶ ଯେ, ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ବଡ ଧୁମଧାମରେ ମନ୍ଦିର ପ୍ରତିଷ୍ଠା ସହ ଶ୍ରୀ ଗଣେଷଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ସିଂହାସନରେ ପ୍ରଭୁ ଆସୀନ ହେବେ। ତେବେ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମରେ ରମେଶ ସାହୁ, ଅନୁପ ଚୋପଦାର, ଭଗବାନ ସରାଫ, ଜୟକୃଷ୍ଣ ସାହୁ, ମନୋରଞ୍ଜନ ସାହୁ, ଆଶିଷ ସାହୁ, ସାରାଂଶ ସାହୁ, ପ୍ରମୁଖଙ୍କ ସମେତ ଶତାଧିକ ମଧୁ ବୈଶ୍ୟ ସମାଜ ସଦସ୍ୟ ଉପସ୍ଥିତ ରହିଥିଲେ।





