ଖର୍ସେଲବାଞ୍ଜିରେ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗାଁରେ ଆଦର୍ଶ ଯୁବକ ସଂଘ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ବୁଧବାର ରାତିରେ ଅନୁଷ୍ଠିତ ହୋଇଯାଇଛି | ଗୌନ୍ତିଆ ଟିକେନନ୍ଦ ମାଝୀ ଏଥିରେ ଅଧ୍ୟକ୍ଷତା କରିଥିଲେ | ଆସନ୍ତା ୧୫ ତାରିଖ ମଙ୍ଗଳବାର ସନ୍ଧ୍ୟା ୭ ଘଣ୍ଟାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରାଯିବା ନେଇ ବୈଠକରେ ସ୍ଥିରୀକୃତ ହୋଇଥିଲା | ଗ୍ରାମାଞ୍ଚଳରେ ଲୁଚି ରହିଥିବା ପ୍ରତିଭାର ଅନ୍ବେଷଣ ତଥା ସେମାନଙ୍କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ସଙ୍ଘ ତରଫରୁ ନବାନ୍ନ ଦିନ ରାତିରେ ଏକ ନୃତ୍ୟ ପ୍ରତିଯୋଗିତା ‘କୁରେ ଫୁଲ’ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଥିଲା | ନୃତ୍ୟ ପ୍ରତିଯୋଗିତାରେ କେବଳ ଟିକ୍ରାପଡା, ଜୁ୍ରାବନ୍ଧ ଓ ଝିଙ୍କିଡୁଙ୍ଗୁରି ପଞ୍ଚାୟତର ନୃତ୍ୟ ଶିଳ୍ପୀ ହିଁ ଭାଗ ନେଇପାରିବେ | ନବାନ୍ନ ଭକ୍ଷଣ ପରେ ଦିନ ୨ଟାରୁ ମାଠିଆ ଭଙ୍ଗା, ହୁଳହୁଳି, ହଳିଆ ଗୀତ, କବାଡି, ବାଟି, ପିଥୁ, ଖୋକୋ, ହୁମୋ ବଉଳି, ବାଙ୍ଗରି, ଛୋର୍ ଇତ୍ୟାଦି ପାରମ୍ପରିକ ଖେଳ ଅନୁଷ୍ଠିତ ହୋଇ ରାତିରେ ନୃତ୍ୟ ପ୍ରତିଯୋଗିତା ତଥା ପୁରସ୍କାର ବିତରଣ ଉତ୍ସବ କରାଯିବା ନେଇ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା | ଟିକେନନ୍ଦ ମାଝୀ, ଘାସିରାମ ଖମାରୀ, ସଦାନନ୍ଦ ମିର୍ଦ୍ଧା, ଜୟରାମ ମାଝି, ହରିଶ୍ଚନ୍ଦ୍ର ବାଗ, ନର୍ଦୀପ ମାହାର, ଶ୍ରୀକାନ୍ତ ମିର୍ଦ୍ଧା, ରବି ମହାକୁର, ରମେଶ ମିର୍ଦ୍ଧା, କୃଷ୍ଣଚନ୍ଦ୍ର ମାଝି, ନିମାନନ୍ଦ ଖମାରୀ, ସୋମନାଥ ମିର୍ଦ୍ଧା, ଶାନ୍ତନୁ ବାଗ, ରାକେଶ ପରୁଆ, ରୁଦ୍ରାକ୍ଷ ଧରୁଆ, ସାମନ୍ତ ମିର୍ଦ୍ଧା, ରାଜେଶ ପରୁଆ, ପପୁ ମାଝୀ, ଦେବାଶିଷ ଭୋଇ, ବଳରାମ ନାଏକ, ସତ୍ୟ ମହାକୁର, ଯୋଗେଶ୍ୱର ମିର୍ଦ୍ଧା, ସିପୁନ ଖମାରୀ, ରାଜିନ ଧରୁଆ, ଆଶିଷ ଭୋଇ, ନବୀନ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ମତାମତ ପ୍ରଦାନ କରିଥିଲେ | ଯୁବକ ସଙ୍ଘ ସଦସ୍ୟ, ସଦସ୍ୟାଙ୍କ ସମେତ ଗ୍ରାମବାସୀ ବୈଠକରେ ସାମିଲ ହୋଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.