ନର୍ଲା ପଞ୍ଚାୟତ ସମିତିର ଦଶମ ସାଧାରଣ ଅଧିବେଶନ 

ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟିକା ମନୋରମା ମହାନ୍ତି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତିର ଦଶମ ସାଧାରଣ ଅଧିବେଶନ ବୁଧବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ସଂଯୋଜନାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନର୍ଲା ବିଧାୟିକା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଥମେ ନର୍ଲା ବ୍ଲକ ପରିସରରେ ନବ ନିର୍ମିତ ଅଧ୍ୟକ୍ଷ ଭବନ, ସରପଞ୍ଚ ସମିତି ସଦସ୍ୟ ସଂଘ ପାଇଁ ୧୦,୦୦,୦୦୦ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଯାଉଥିବା ଭବନ ପାଇଁ ଶିଳାନ୍ୟାସ ଓ ବ୍ଲକ ପରିସରରେ ନବ ନିର୍ମିତ ସମ୍ମେଳନ କକ୍ଷ ର ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ।

ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ,ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ନର୍ଲା ସହକାରୀ ସମ୍ପ୍ରସାରଣ ଯନ୍ତ୍ରୀ ସୁଧାଂଶୁ ମହାଲି, ଜିପିଡିଓ ଯଦୁମଣି ନାଏକ ପ୍ରମୁଖ ମଞ୍ଚାସୀନ ରହି ବ୍ଲକ ଅଧିନସ୍ଥ ସମସ୍ତ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ। ନର୍ଲା ବିଡିଓ ଶ୍ରୀ ଦୀପ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନର୍ଲା ବ୍ଲକ ର ବିକାଶ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଧାୟିକା ସବୁବେଳେ ପ୍ରୟାସ ଜାରି ରଖିଥିବାରୁ ବିଧାୟିକାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ଏବଂ ନର୍ଲା ବ୍ଲକ ର ମୁଖ୍ୟ ଅଫିସ ବିଲଡିଂ ବହୁ ପୁରୁଣା ହୋଇଯିବା ସହ ଜୀର୍ଣ୍ଣ ଶୀର୍ଣ୍ଣ ହେବାକୁ ବସିଥିବାରୁ ନୂଆ ଭବନ ନିର୍ମାଣ ପାଇଁ ବିଧାୟିକା ମହୋଦୟାଙ୍କୁ ଅନୁରୋଧ କରିଥିଲେ।

ନୂତନ ସମ୍ମେଳନ କକ୍ଷ ସୁନ୍ଦର ଭାବରେ ନିର୍ମିତ ହୋଇ ଥିବାରୁ କନିଷ୍ଠ ଯନ୍ତ୍ରୀ ଆଲୋକ କୁମାର ନାଏକଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, କୃଷି, ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ରାକସୀ ସରପଞ୍ଚ ଯେମନ୍ତ ପୋଢ଼, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ମାଣ୍ଡେଲ ସରପଞ୍ଚ, ବାଗପୁର ସରପଞ୍ଚ ଗୋପାଳ ହାତୀ, କର୍ମେ ସରପଞ୍ଚ ମନୋଜ ମହାନନ୍ଦ, ନର୍ଲା ସମିତି ସଦସ୍ୟ ସଙ୍ଘ ସଭାପତି ଜୟ ମେହେର, ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ଦୀପା ମାଝୀ, ଭିମକେଲା ସରପଞ୍ଚ ଙ୍କ ପ୍ରତିନିଧି ଜୟନ୍ତ ଗୌଡ, ଯୁବନେତା ଘାସିରାମ ସାହୁ, ଯତୀନ ନାଏକଙ୍କ ସମେତ ୨୪ ଗୋଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା ମେଡିକାଲ ଅଫିସର ଆଶୁତୋଷ ପ୍ରଧାନ, ସହକାରୀ କୃଷି ଅଧିକାରୀ ପ୍ରବୀଣ ସାହୁ,ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ରଞ୍ଜିତା ନାଏକ,ପାନୀୟ ଜଳ ତଥା ସ୍ୱଚ୍ଛ ଓ ପରିମଳ ବିଭାଗ ର ସହକରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ଙ୍କ ସମେତ ପିଡବ୍ଲୁଡି, କ୍ଷୁଦ୍ର ଜଳସେଚନ ବିଭାଗ ପ୍ରମୁଖ ଲାଇନ ବିଭାଗ ଗୁଡିକର ଯନ୍ତ୍ରୀ ଓ ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ କୃଷି, ଶିକ୍ଷା, ସ୍ଵାସ୍ଥ୍ୟ ଓ ଉନ୍ନୟନ ବିଭାଗ ର ବିଭିନ୍ନ ସମସ୍ୟା ବିଷୟରେ ଆଲେଚନା କରିଥିଲେ। ଜିପିଡିଓ ଯଦୁମଣି ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଡିଓ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.