ମନ୍ଦିର ଓ ଗାଁର ଉନ୍ନତି ପାଇଁ ସାଂସଦ ପାଣ୍ଠିରୁ ଅର୍ଥ ମଞ୍ଜୁର କରିବାକୁ ନିବେଦନ
ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ୪୨ମୌଜା ଶ୍ରୀରାମ ଗାଁର ସିଦ୍ଧେଶ୍ୱର ମନ୍ଦିରରେ ସମୂହ ଦୀପଦାନ। କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ଜନ୍ମ ଦିନରେ ଗ୍ରାମବାସୀମାନେ ଦୀପ ଦାନ କରିବା ସହିତ ମନ୍ଦିର ଓ ଗ୍ରାମର ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସାଂସଦ ପାଣ୍ଠିରୁ ଅର୍ଥ ମଞ୍ଜୁର କରିବାକୁ ନିବେଦନ କରିଛନ୍ତି। ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କ ଆହ୍ୱାନରେ ଏହି କାର୍ଯ୍ୟକ୍ରମରେ ଫକିର ସ୍ୱାଇଁ, ସୂର୍ଯ୍ୟମଣି ଦାଶ, ଆନନ୍ଦ ବେହେରା, ବିଷ୍ଣୁ ଚରଣ ଦାଶ, ସୁବାସ ସାହୁ, ଦୁର୍ଯ୍ୟୋଧନ ଦାଶ, ଗଙ୍ଗାଧର ପାଣ୍ଡେ, ଦୀପକ ଆଚାର୍ଯ୍ୟ, ଉମେଶ ସ୍ବାଇଁ, ଜିତନ ଦାଶ, ଦିପକ ସାହୁ ଓ ପୂଜକ ଶରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।





