ସଇଁତଲା ଏସଏସଡି ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଂଗିର,୧୦/୧:
ବଲାଂଗିର ଜିଲ୍ଲା ସଇଁତଲା ଠାରେ ସରକାରୀ ଏସଏସଡି ବାଳିକା ବିଦ୍ୟାଲୟର ବାର୍ଷିକ ଉତ୍ସବ ପାଲିତ ହୋଇ ଜାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ପରମାନନ୍ଦ ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ସଇଁତଲା ବିଡିଓ ଚିତ୍ତରଞ୍ଜନ ବନଗୋଲା, ମୁଖ୍ୟ ବକ୍ତା ଭାବେ କଲ୍ଲୋଳିନୀ ସରାଫ,

Omkar Vasthu
Omkar Vasthu

ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଲନା କମିଟି ସଭାପତି ଭରତ ଭୋଇ, ଅତିରିକ୍ତ ଜିଲ୍ଲା ମଙ୍ଗଲ ଅଧିକାରି ବଲାଂଗିର ଜୟନ୍ତ ଜେନା, ସଇଁତଲା ବ୍ଲକ ମଙ୍ଗଲ ଅଧିକାରି ଗୌରିଶଙ୍କର ମାଝୀ, ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ  ପ୍ରମୂଖ ଉପସ୍ଥିତ ଥିବାବେଳେ ମଞ୍ଚ ପରିଚାଲନା କରିଥିଲେ  ଶିକ୍ଷୟତ୍ରୀ ସଂଗୀତା ରଥ । ପୁରସ୍କାର ବିତରଣ ଉତ୍ସବ ପରିଚାଲନା କରିଥିଲେ ସନ୍ଧ୍ୟାରାଣୀ ଗହିର ଓ ବିଜୟଲକ୍ଷ୍ମୀ ଦାସ ।
ଆୟୋଜିତ ସାଂକୃତିକ କାଯ୍ୟକ୍ରମରେ  କଲ୍ପନା ପାଣିଗ୍ରାହୀ, ସୁହାସିନୀ ମିଶ୍ର, ରେଣୁଧର ନାଏକ (ଡିଡିଓ), ଭାରପ୍ରାପ୍ତ ପ୍ରଧାନ ଶିକ୍ଷତ୍ରୀ ବିଦ୍ବୁତଲତା ଦୋରା ପ୍ରମୂଖଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ
ପ୍ରତ୍ୟାଶିନୀ ଦାସ, ନମିତା ମେହେର, ଅର୍ଣ୍ଣପୁର୍ଣ୍ଣା ମାଝୀ, ଚନ୍ଦ୍ରଶେଖର ସାହୁ, ଗୋପଳ ଧରୁଆ, ଶ୍ରୀଲତା ମିଶ୍ର ଆଦି ଉପସ୍ଥିତା ଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସୁହାସିନୀ ମିଶ୍ର ଓ ଖେଳ ଶିକ୍ଷତ୍ରୀ  ସଧନା ବହିଦାର ।

Pearl dental clinic
Near Ashish Medical Store, Bhawanipatna

ବଲାଂଗିର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ଯୋଶୀଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.