‘ହିମ୍ମତ୍‌’ର ପଞ୍ଚଦଶ ସ୍ୱନକ୍ଷତ୍ର ଉତ୍ସବ: ସମ୍ବର୍ଦ୍ଧିତ ହେଲେ ସଂଯୁକ୍ତାରାଣୀ ରାଉତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନରେ ଦୈନିକ ଓଡ଼ିଆ ଖବର କାଗଜ ‘ହିମ୍ମତ୍‌’ର ପଞ୍ଚଦଶ ସ୍ୱନକ୍ଷତ୍ର ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଭାରତୀୟ ଗଣମାଧ୍ୟମ ପରିଷଦର ଉପାଧ୍ୟକ୍ଷ ତଥା ହିମ୍ମତ୍‌ର ପରିଚାଳନା ମୁଖ୍ୟ ରଜନୀକାନ୍ତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପଣ୍ଡିତ ଡ. ପ୍ରବୋଧ କୁମାର ମିଶ୍ର, ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦ୍ୟୋଗିକୀ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟବକ୍ତା ଭାବେ ରାଜ୍ୟ ବିଜେପି ପ୍ରବକ୍ତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବରେଣ୍ୟ ଅତିଥିଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସର୍ବସାଧାରଣସତ୍ତ୍ୱ ଉଦ୍ୟୋଗ (ଜନଉଦ୍ୟୋଗ) ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥିଭାବେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ସମ୍ବାଦପତ୍ରର ବିଶ୍ୱସନୀୟତା ଉପରେ ଆଲୋକପାତ କରିଥିଲେ । ସଂପାଦକ କମଳାକାନ୍ତ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ, ଖବର କାଗଜର ମୁଖ୍ୟ ସଂପାଦକ ଉମାକାନ୍ତ ପଟ୍ଟନାୟକ ହିମ୍ମତ୍ ଖବର କାଗଜର ଅତୀତ ଭବିଷ୍ୟତ ଓ ଅନ୍ୟାନ୍ୟ କାଗଜଗୁଡ଼ିକ କିପରି ସମ୍ବାଦ ପରିବେଷଣ କରୁଛନ୍ତି ଏହା ଉପରେ ବିସ୍ତୃତ ଭାବେ ମତ ପ୍ରଦାନ କରିଥିଲେ । ପରିଚାଳନା ସଂପାଦକ ହରଷ କୁମାର ସାହୁ ଆରମ୍ଭରୁ ସ୍ୱାଗତ ଭାଷଣ ଦେଇଥିବାବେଳେ, ଘୋଷକ ରବୀନ୍ଦ୍ର ମହାପାତ୍ର ମଞ୍ଚକୁ ଅତିଥି ଆମନ୍ତ୍ରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ‘ହିମ୍ମତ୍‌’ର ବାର୍ତ୍ତା ସଂପାଦକ ଚିତ୍ତରଞ୍ଜନ ମହାନ୍ତି, ସହ ସଂପାଦକ ଇନ୍ଦ୍ରମଣୀ ମଲ୍ଲିକ, ସାମ୍ପାଦିକ ପ୍ରଦ୍ୟୁମ୍ନ ଦାଶ, ଅମରେନ୍ଦ୍ର ମହାପାତ୍ର, ସତ୍ୟନାରାୟଣ ଦାଶ, ବିଶ୍ୱଜିତ୍ ଧଳ, ବୁଦ୍ଧଦେବ ଜେନା, ପାୟଲ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ମନୋରଞ୍ଜନ ଶାସମଲ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଚାରିଶହରୁ ଊର୍ଦ୍ଧ୍ୱ ସାମ୍ବାଦିକ, ପାଠକ, ବିଜ୍ଞ ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ଏହି ଅବସରରେ ଏ ବର୍ଷର ପଞ୍ଚଦଶ ହିମ୍ମତ୍‌ୱାଲା-୨୦୨୬ ସମ୍ମାନ ଅଜୁର୍ନପୁରସ୍କାର ପ୍ରାପ୍ତ ଧାବୀକା ଦୂତୀ ଚାନ୍ଦଙ୍କୁ ଦିଆଯାଇଥିବାବେଳେ ‘ହିମ୍ମତ୍‌ୱାଲା ବିଶିଷ୍ଟ ହାସ୍ୟ ଅଭିନେତା ସମ୍ମାନ ପ୍ରଜ୍ଞାରଞ୍ଜନ ଖଟୁଆଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ‘ହିମ୍ମତ୍ ଉତ୍କର୍ଷତା ସମ୍ମାନରେ ଶିକ୍ଷାବିତ୍ ଧନେଶ୍ୱର ବେହେରା ଆଦର୍ଶ ଶିକ୍ଷକ ସମ୍ମାନରେ ଚିକିଟିର ନିଗମାନନ୍ଦ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ, ବିଶିଷ୍ଟ ଚିକିତ୍ସକ ସମ୍ମାନରେ ବରିଷ୍ଠ ଡାକ୍ତର ନେତ୍ରାନନ୍ଦ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚିକିତ୍ସା କ୍ଷେତ୍ରରେ ସେବା ପାଇଁ ସଂଯୁକ୍ତାରାଣୀ ରାଉତଙ୍କୁ ହିମ୍ମତ୍‌ୱାଲା-୨୦୨୬ ଏବଂ ସୁଲତା ପଣ୍ଡାଙ୍କୁ ସମାଜସେବା ପାଇଁ ହିମ୍ମତ୍‌ୱାଲା-୨୦୨୬ ସମ୍ମାନରେ ସମ୍ମାନିତ କରାଗଲା। ସାମ୍ବାଦିକ ମଞ୍ଜୁଲତା ଇନ୍ଦ୍ରଜିତ୍ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ, ସାମ୍ବାଦିକ ରମେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.