ମହାନ ପର୍ବ ମକର ସଂକ୍ରାନ୍ତି ଆଜି

ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ପର୍ବଟିକୁ ସମଗ୍ର ଦେଶରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ ଏହି ପର୍ବରେ ସ୍ନାନାଦି କର୍ମ ଓ ଦାନଧର୍ମ କରିବାରେ ବିଶେଷ ଫଳପ୍ରାପ୍ତିର ଯୋଗ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରୁଥିବାରୁ, ତାହା ମକର ସଂକ୍ରାନ୍ତି ଭାବେ ଖ୍ୟାତ।

Omkar Vasthu
Omkar Vasthu

ଏହି ଦିନ ଠାରୁ ସୂର୍ଯ୍ୟ ଉତ୍ତରାୟଣ ହୁଅନ୍ତି। ଭୌଗୋଳିକ ମତାନୁଯାୟୀ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ମକର କ୍ରାନ୍ତିକୁ ଗମନ କରନ୍ତି। ତେଣୁ ଏହି ସମୟରୁ ଦିନ ବଡ଼ ଓ ରାତି ସାନ ହେବା ଆରମ୍ଭ ହୁଏ। ତେଣୁ ଭାରତର କେତେକାଂଶରେ ଏହି ପର୍ବକୁ ଉତ୍ତରାୟଣୀ ମଧ୍ୟ କୁହାଯାଏ। ଦେବତାଙ୍କ ପାଇଁ ଉତ୍ତରାୟଣକୁ ଦିନ ଓ ଦକ୍ଷିଣାୟନକୁ ରାତି ଭାବେ ବିଶ୍ୱାସ କରାଯାଏ। ତେଣୁ ଉତ୍ତରାୟଣରେ ପବିତ୍ର କାମ ଆରମ୍ଭ ହୁଏ। ଏହି ଦିନ ପ୍ରକୃତିକୁ କୃତଜ୍ଞତା ଜ୍ଞାପନ କରାଯାଏ।

Pearl dental clinic
Near Ashish Medical Store, Bhawanipatna

ବେଦ ଓ ଜ୍ୟୋତିଷ ଶାସ୍ତ୍ରର ଆଧାର ସୂର୍ଯ୍ୟଙ୍କୁ ଏହି ଦିନ ଉପାସନା କରିବା ଦ୍ୱାରା ଶାରୀରିକ, ଭୌତିକ ଓ ମାନସିକ ସମସ୍ୟାରୁ ମୁକ୍ତି ମିଳେ। ପୌରାଣିକ ମତାନୁଯାୟୀ, ମକର ସଂକ୍ରାନ୍ତି ଦିନ ଗଙ୍ଗା ଭଗୀରଥଙ୍କ ପଛେ ପଛେ ଯାଇ ସାଗରରେ ମିଶିଥିଲେ। ସୂର୍ଯ୍ୟ କର୍କଟ କ୍ରାନ୍ତିରେ ଥିବା ବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା। ଇଚ୍ଛାମୃତ୍ୟୁ ବରଦାନ ପାଇଥିବାରୁ ଭୀଷ୍ମ ଶରଶଯ୍ୟାରେ ଶୋଇ ଶରୀର ତ୍ୟାଗ ପାଇଁ ସୂର୍ଯ୍ୟଙ୍କର ଉତ୍ତରାୟଣ ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।

Udyog Nursery
Udyogi Nursery

ମକର ସଂକ୍ରାନ୍ତି ଦିନ ପ୍ରକୃତିରେ କ୍ରାନ୍ତିର ପ୍ରାରମ୍ଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରକୃତିରେ ଦିବ୍ୟ ବାତାବରଣ ସୃଷ୍ଟି ହେବା ସହିତ ଜନଜୀବନରେ ନୂତନ ଉନ୍ମାଦନା ଓ ଆଶାର ସଂଚାର ହୋଇଥାଏ। ମକର ସଂକ୍ରାନ୍ତି ଭଳି ଏକ ମହାନ‌୍‍ ପର୍ବରେ ପ୍ରୟାଗ ସଙ୍ଗମ, ଗଙ୍ଗା ଓ ଅନ୍ୟ ପବିତ୍ର ନଦୀରେ ଗାଧୋଇଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି। ସ୍ନାନ ସାରିବା ପରେ ଘୃତଅର୍ଘ୍ୟ ଦେଇ ସୂର୍ଯ୍ୟ ସହସ୍ର ନାମ ପାଠ କରିବା ସହିତ ବିଧିବଦ୍ଧ ଭାବେ ସୂର୍ଯ୍ୟପୂଜା ଓ ଆଦିତ୍ୟ ହୃଦୟସ୍ତୋତ୍ରମ‌୍‍ ପାଠ କରିବାର ବିଧି ରହିଛି। ଏହାସହିତ ଗାୟତ୍ରୀ ମନ୍ତ୍ର ପାଠ କରିବା ସୂର୍ଯ୍ୟ ପୂଜାର ଆଉ ଏକ ଅଂଶବିଶେଷ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.