ଅଜଣା ଗାଡି ଧକ୍କାରେ ଦୁଇ ଆହତ

କେସିଙ୍ଗା: ଆଜି ରାତି ସାଢ଼େ ୭ଟାରେ ବୋରିଆ(କେନ୍ଦୁପଡା) ବୁଲାଣିରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ କେନ୍ଦୁପଡାର ସାଧୁ ସ୍ୱାଇଁ ଏବଂ ଅମଠା ଗାଁର ଜଣେ ବାଇକ ଆରୋହୀ। ବାଇକ ଆରୋହୀ ଜଣକ ଯାଉଥିବା ବେଳେ ଏକ ଅଜଣା ଗାଡି ତାକୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ ସହ ଛିଟିକି ଯାଇ ରାସ୍ତା ପାର୍ଶ୍ୱରେ ଚାଲି ଚାଲି ଯାଉଥିବା ସାଧୁକୁ ଧକ୍କା ଦେଇଥିଲା। ଯଦ୍ୱାରା ଉଭୟେ ଗୁରୁତର ଆହତ ହୋଇଥିଲେ। ପୁଲିସ ଓ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚିବା ପରେ ଲୋକେ ଶାନ୍ତ ପଡ଼ିଥିଲେ। ଆହତମାନଙ୍କୁ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବାଇକ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Omkar Vasthu
Omkar Vasthu

କେସିଙ୍ଗାରୁ ବଳରାମ ନାଏକଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.