ଭାରତରେ ଏଭଳି କୌଣସି ରାଜ୍ୟ ନାହିଁ ଯେଉଁଠାରେ ନୂଆ ଶକ୍ତି, ଉନ୍ମାଦନା ଓ ଆଶାର ପୁଲକ ନେଇ ଆସୁଥିବା ମକର ପର୍ବ ପାଳନ କରାଯାଏ ନାହିଁ। ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ଏହି ମହାନ ପର୍ବ ପାଳିତ ହୁଏ।
ଓଡ଼ିଶାରେ ଏହାକୁ ମକର ମିଳନ ଭାବେ ପାଳନ କରାଯାଏ। ଏହି ଦିନ ଓଡ଼ିଆମାନେ ମକର ଚାଉଳ ଖାଇ ମକର ବସିଥାନ୍ତି। ବନ୍ଧୁତ୍ୱର ଏହା ହେଉଛି ଶ୍ରେଷ୍ଠ ସଂକଳ୍ପ। ଏହି ଦିନ ଓଡ଼ିଶାରେ ବିଶେଷକରି କଟକରେ ଗୁଡ଼ି ଉଡ଼ାଇବା ପରମ୍ପରା ରହିଛି।
ତାଲିମନାଡ଼ୁରେ ପୋଙ୍ଗଲ ନାମରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ଉତ୍ତରପ୍ରଦେଶରେ ବିଭିନ୍ନ ପବିତ୍ର ନଦୀରେ ସ୍ନାନ କରି ସୂର୍ଯ୍ୟ ଉପାସନା ପରେ ଚାଉଳ-ମୁଗ ଖେଚୁଡ଼ି, ଚୁଡ଼ା-ଦହି-ଗୁଡ଼-ରାଶିରେ ପ୍ରସ୍ତୁତ ଲଡ଼ୁ ଦାନ କରିବାର ପରମ୍ପରା ରହିଛି।
ଉତ୍ତରପ୍ରଦେଶର ଗୋରଖନାଥ ମନ୍ଦିରରେ ବିଶାଳ ଖେଚୁଡ଼ି ମେଳା ଅନୁଷ୍ଠିତ ହୁଏ। ବୃନ୍ଦାବନରେ ରାଧାବଲ୍ଲଭ ମନ୍ଦିରରେ ମକର ସଂକ୍ରାନ୍ତିର ତିନି ଦିନ ପୂର୍ବରୁ ପ୍ରାୟ ୧ ମାସ ଧରି ଖେଚୁଡ଼ି ମହୋତ୍ସବ ଅନୁଷ୍ଠିତ ହୁଏ।
ବିହାର, ଝାଡ଼ଖଣ୍ଡ ଓ ମିଥିଳା ଅଞ୍ଚଳରେ ବିଶ୍ୱାସ ଅଛି ଯେ ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଆକାର ରାଶି ଆକାରରେ ବୃଦ୍ଧି ପାଏ। ସେଥିପାଇଁ ସେଠାରେ ମକର ସଂକ୍ରାନ୍ତିକୁ ତିଳ ସଂକ୍ରାନ୍ତି ଭାବେ କୁହାଯାଏ।
ରାଜସ୍ଥାନରେ ମକର ସଂକ୍ରାନ୍ତି ଉତ୍ତରାୟଣ ପର୍ବ ଭାବେ ପାଳନ କରାଯାଏ।
ପଞ୍ଜାବରେ ଏହାକୁ କୃଷି ପର୍ବ ‘ଲାଲ ଲାହି’ ଭାବେ ପାଳନ କରାଯାଏ। ପୁରୁଷ ଓ ମହିଳାମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଅଗ୍ନିର ଚତୁଃପାର୍ଶ୍ୱରେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥାନ୍ତି। ସେହି ଦିନ ମକା ରୁଟି, ଶୋରିଷ ଶାଗ, ଆଖୁ ରସରୁ ପ୍ରସ୍ତୁତ ଖିରି ପ୍ରସ୍ତୁତ କରାଯାଏ।
ମଧ୍ୟପ୍ରଦେଶରେ ଏହି ପର୍ବ ଓଙ୍କାରେଶ୍ୱର ସଂକ୍ରାନ୍ତି ପର୍ବ ଭାବେ ପାଳନ କରାଯାଏ।
ମହାରାଷ୍ଟ୍ରରେ ମହିଳାମାନେ ରଙ୍ଗୋଲି ସଜାଇ ସୂର୍ଯ୍ୟଙ୍କୁ ପୂଜା କରନ୍ତି।
ପଶ୍ଚିମବଙ୍ଗରେ ଗଙ୍ଗାସାଗର ଦ୍ୱୀପରେ ବୁଡ଼ ପଡ଼ିଥାଏ।