ରାଜେଶ ପଣ୍ଡା ମେମୋରିଆଲ୍ କଲଚରାଲ୍ ନାଇଟ୍
ଟିଟିଲାଗଡ,୧୪/୦୧:
ବିଜେପୁରର ପ୍ରତ୍ୟେକ ଜନତାର ପ୍ରିୟ ପାତ୍ର, ଏଇ ମାଟିର ହୀରା, ସଂଗଠୈନିକ ଦକ୍ଷତା ସହ ଅଞ୍ଚଳର କ୍ରିଡା ଓ ସଂସ୍କୃତିର ମୂର୍ତିମନ୍ତ ପ୍ରତୀକ ରାଜେଶ ପଣ୍ଡା ଅଳ୍ପ ବୟସରେ ଦୂନିଆ ଛାଡିଲେ, କିନ୍ତୁ ପଛରେ ଛାଡିଗଲେ ଲୋକଙ୍କ ଅଜଶ୍ର ଭଲପାଇବା । ଆଜିବି ବିଜେପୁର ଝୁରୁଛି ଏହି ପ୍ରତିଭାଦିପ୍ତ ଯୁବ ନେତୃତ୍ବଙ୍କୁ । ତାଙ୍କର ସୃତିରେ ମାତୃଭୂମୀ ଯୁବକ ସଂଘ ବିଜେପୁର ଆୟୋଜନ କରି ଆସୁଛି ‘ରାଜେଶ ପଣ୍ଡା ମେମୋରିଆଲ୍ କଲଚରାଲ୍ ନାଇଟ୍’ । ବିଜେପୁର ମାଟି ପାଇଁ ସ୍ବର୍ଗତ ପଣ୍ଡାଙ୍କ ଅବଦାନ ଦୂନିଆ ଆଗରେ ପରି ପ୍ରକାଶ କରୁଛି ଏହି ସାଂସ୍କୃତିକ ଉତ୍ସବ । ଆଜି ରାଜେଶ ପଣ୍ଡା ଆଉ ଏହି ଦୂନିଆରେ ନାହାନ୍ତି ସତ ହେଲେ ତାଙ୍କର କାର୍ଯ୍ୟଧାରା ଲାଗି ସେ ମରି ମଧ୍ୟ ଅମର ହୋଇ ରହିଛନ୍ତି ।ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ଏଲ୍.ଆଇ ଅଫିସ ସମ୍ନାରେ ମାତୃଭୂମି ଯୁବକ ସଂଘ ବିଜେପୁର ଆନୁକୂଲ୍ୟରେ ରବିବାର ରାତ୍ରିରେ ୨ୟ ବର୍ଷ ରାଜେଶ ପଣ୍ଡା ମେମୋରିଆଲ୍ ଡ୍ୟାନ୍ସ୍ ଡ୍ୟାନ୍ସ୍ ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ମୂଖ୍ୟ ଅତିଥି ଭାବେ ଯୋଗଦେଲେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ : ବିଭିନ୍ନ ପ୍ରକଳ୍ପ ପାଇଁ ଆଠ ଲକ୍ଷ ଘୋଷଣା
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ପ୍ରମୋଦ ପ୍ରଧାନ, ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବର୍ଦ୍ଧନ ନାଗ,ଟିଟିଲାଗଡ ର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତା ବିଶି , ଆଇନଜୀବୀ ଶ୍ରୀଯୁକ୍ତ ବିପିନ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ ।
ମାନନୀୟା ବିଧାୟିକା ସାଧାରଣ ଜନତାଙ୍କ ସହ ସେ ସବୁ ସମୟରେ ରହି ଆସିଛନ୍ତି ଓ କଳା ସଂସ୍କୃତି ସହ ଅଞ୍ଚଳର ବିକାଶ ଧାରାକୁ ଆଗେଇ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ବିଜେପୁର ବାସୀଙ୍କ ଅଜଶ୍ର ଭଲ ପାଇବା ନିକଟରେ ମୁଁ ଚିର ଋଣୀ ହୋଇ ରହିବି – ବିଧାୟିକା ଟୁକୁନୀ ସାହୁ
ଏହି ଅବସରରେ ବିଧାୟିକା ବିଭିନ୍ନ ପ୍ରକଳ୍ପ ପାଇଁ ତାଙ୍କର ବିଧାୟକ ପାଣ୍ଠିରୁ ଆଠ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ବିଜେପୁର ତଥା ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଅଜଶ୍ର ଭଲ ପାଇବା ପାଖରେ ସେ ଋଣି ଓ ଅଞ୍ଚଳର ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିବେ ବୋଲି ବିଧାୟିକା ପ୍ରକାଶ କରିଛନ୍ତି ।
ମାତୃଭୂମି ଯୁବକ ସଂଘ ପକ୍ଷରୁ ବିଜେପୁରର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଅଭିମନ୍ୟୁ ମିଶ୍ର ଙ୍କୁ ଶିକ୍ଷାଜ୍ୟୋତି , ଅବସରପ୍ରାପ୍ତ ସି.ଆର୍.ପି.ଏଫ୍ ଜବାନ୍ ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା ଓ ମିଷ୍ଟର୍ ଇଣ୍ଡିଆ ଶ୍ରୀଯୁକ୍ତ ସନ୍ତୋଷ ମହାନ୍ତି ଙ୍କୁ ଯୁବଜ୍ୟୋତି ସମ୍ମାନ ରେ ସମ୍ମାନିତ କରାଯାଇଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ବିଜେପୁର ର ଦଶମ ଶ୍ରେଣୀରେ ବ୍ଲକ ମେଧାବୃତ୍ତି ପାଇଥିବା ରାହୁଲ ଆଡଜୁଆଡ୍,ରାଜଶ୍ରୀ ବେହେରା ଓ ଗିତାଞ୍ଜଳୀ ଭରାସାଗର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପରେ ଓଡିଶା ବିଭିନ୍ନ ପ୍ରନ୍ତରୁ ଆସିଥିବା ନୃତ୍ୟ ଶିଳ୍ପୀ ମାନଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ପ୍ରସିଦ୍ଧ ସମ୍ବଲପୁରୀ ଅଭିନେତ୍ରୀ ଶତାବ୍ଦୀ ମହାପାତ୍ର ଙ୍କ ନୃତ୍ୟ ଦର୍ଶକମାନଙ୍କ ମନ ମୋହିଥିଲା ।ପଶ୍ଚିମ ଓଡିଶା ର ପ୍ରସିଦ୍ଧ ମଞ୍ଚ ପରିଚାଳକ ସୁଧିର ନାଏକ ମଞ୍ଚ ପରିଚାଳନା କରିଥିଲେ । ପ୍ରମୋଦ ସେଲମା,ସରତ ବଗର୍ତ୍ତୀ,ବିରଞ୍ଚି ବେହେରା,ସନ୍ତୋଷ ବେହେରା,ରାଜ କିଶୋର ଦଣ୍ଡସେନା ପ୍ରମୁଖ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।
ପ୍ରଥମ ପର୍ଯ୍ୟାୟ : ରାଜେଶ ପଣ୍ଡା ମେମୋରିଆଲ୍ ଡ୍ୟାନ୍ସ୍ ଡ୍ୟାନ୍ସ୍ ପ୍ରତିଯୋଗିତା
ରବିବାର ସକାଳ ୦୯ ଟାରୁ ଆରମ୍ଭ ହୋଇଥିଲା ୨ୟ ବର୍ଷ ରାଜେଶ ପଣ୍ଡା ମେମୋରିଆଲ୍ ଡ୍ୟାନ୍ସ୍ ଡ୍ୟାନ୍ସ୍ ପ୍ରତିଯୋଗିତା। ଏଥିରେ ଓଡିଶାର ବିଭିନ୍ନ ପ୍ରନ୍ତରୁ ଆସିଥିବା ନୃତ୍ୟ ଶିଳ୍ପୀ ମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ମନ ମୋହିଥିଲେ।
ପ୍ରଥମ ଅଧିବେଶନ : ମୂଖ୍ୟ ଅତିଥି ଯୁବ ନେତା ବିକାଶ ପାଣିଗ୍ରାହୀ
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଯୁବ ନେତା ଶ୍ରୀଯୁକ୍ତ ବିକାଶ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ କୃଷ୍ଣ ପୃଷ୍ଟି, ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ବାଗ ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଜନ ସମୁଦାୟକୁ ସମ୍ବୋଧିତ କରି ମୂଖ୍ୟ ଅତିଥି ଶ୍ରୀଯୁକ୍ତ ପାଣିଗ୍ରାହୀ ଯୁବ ସମାଜକୁ ଦିଗଦର୍ଶନ ପ୍ରଦାନ କରିଥିଲେ ।
ନୃତ୍ୟ ପ୍ରତିଯୋଗିତାରେ ପ୍ରସିଦ୍ଧ ସମ୍ବଲପୁରୀ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୁଗଳ କିଶୋର ସାହୁ, ଜିତୁ କୁମାର ଓ ବିନୋଦ ବେହେରା ବିଚାରପତି ଥିବା ବେଳେ ଗୋକୁଳାନନ ବଗର୍ତ୍ତୀ ଓ ପାଣ୍ଡବ ବଗର୍ତ୍ତୀ ମଞ୍ଚ ପରିଚାଳନା କରିଥିଲେ ।
ପ୍ରମୋଦ ସେଲମା, ବିପିନ୍ ପୃଷ୍ଟି, ସରତ ବଗର୍ତ୍ତୀ,ବିରଞ୍ଚି ବେହେରା, ସନ୍ତୋଷ ବେହେରା, ରାଜ କିଶୋର ଦଣ୍ଡସେନା ପ୍ରମୁଖ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ମାତୃଭୂମି ଯୁବକ ସଂଘର ସଭାପତି ଶ୍ରୀ ଉଦିତ ବେହେରା, ସମ୍ପାଦକ ଆଶିଷ ପୃଷ୍ଟି ,କୋଷାଧ୍ୟକ୍ଷ ରଞ୍ଜିତ ସାହୁ ସମସ୍ତ ଦାୟିତ୍ବ ତୁଲାଇଥିବା ବେଳେ ସୁଶିଲ ପୃଷ୍ଟି,କହ୍ନେଇ ବେହେରା, ଦିବ୍ୟ ବଗର୍ତ୍ତୀ, ଭୋଦେବ ବଗର୍ତ୍ତୀ, ଲିଲୁ ବଗର୍ତ୍ତୀ, ସୁନିଲ ବଗର୍ତ୍ତୀ, ଭକ୍ତ ବଗର୍ତ୍ତୀ, ଅଜିତ ମିଶ୍ର,ସଲିଲ୍ ଧଙ୍ଗଡାମାଝୀ,ଅଜିତ ବଗର୍ତ୍ତୀ, ଅଶୋକ ରଣା, ଅଭିଜିତ୍ ମିଶ୍ର, ପିଣ୍ଟୁ ସାହୁ, ସୁଜିତ ମିଶ୍ର,ବିଶ୍ବରଞ୍ଜନ ମହାପାତ୍ର,ନରେସ ବଗର୍ତ୍ତୀ, ବିକାଶ ବେହେରା, ରକି ବଗର୍ତ୍ତୀ,ସୁଜିତ ରଣା, ଅଜିତ ବେହେରା, ଡୋଲା ବଗର୍ତ୍ତୀ, ସୁନିଲ ସାହୁ ପ୍ରମୁଖ ସଦସ୍ୟମାନେ ସହଯୋଗ କରିଥିଲେ । ପ୍ରଥମ ପର୍ଯ୍ୟାରେ ନୃତ୍ୟ ପ୍ରତିଯୋଗିତା ଓ ସଂଦ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେଇଥିଲେ ଦର୍ଶକ ।
କଳା- କଳାକାର, ସଂସ୍କୃତି – ସମୃଦ୍ଧି, ପ୍ରତିଯୋଗୀ- ପ୍ରତିବଦ୍ଧତାର ସାଂସ୍କୃତିକ ବଳୟ ଭିତରେ ମହକି ଉଠୁଥିଲା ବିଜେପୁର ମାଟି । ଅତିତ ଓ ବର୍ତ୍ତମାନ ସମୃଦ୍ଧତାର ସ୍ବାକ୍ଷର ବହନ କରୁଥିବା ଏହି ମାଟି ସହ ସଂପୃକ୍ତି ରହିଛି ପ୍ରାଚୀନ ତୈତଳିକ ଜନପଦ, କୋଶଳ, ମହାକୋଶଳ ସହ । ବିଜେପୁର ମାଟି କଳାକାରର ମାଟି । ଏହି ମାଟିର ଐତିହ୍ୟ ଓ ପରଂପରା ଅନନ୍ୟ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଛି ।
ଉକ୍ତ ବିଶାଳ କାର୍ଯ୍ୟକ୍ରମର ପ୍ରତିଟି ପାଖୁଡା ଦେଖିବା ପାଇଁ ସଂସ୍କୃତି ପ୍ରେମୀ ମାନେ ଉତ୍ସାହର ସହ ଚାହିଁ ରହିଥିବା ଦେଖିବାକୁ ମିଲିଥିଲା । ଏଥିରେ ଆଖପାଖ ଅଞ୍ଚଳର ହଜାର ହଜାର ଜନ ସମାଗମ ହୋଇଥିଲା ।
ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube
http://youtube.com/channel/UCdoWrXFOsGOd7dzWwMFwFrQ